Home Breaking News / ତାଜା ଖବର ବିକ୍ରି ହେଉଛି ଅସଲି ବନ୍ଧୁକ

ବିକ୍ରି ହେଉଛି ଅସଲି ବନ୍ଧୁକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିକ୍ରି ହେଉଛି ଅସଲି ବନ୍ଧୁକ । ବନ୍ଧୁକ ବଜାର ଉପରେ ପଡ଼ିଲା STFର ନଜର । ଦୁଇ ବନ୍ଧୁକ ବାଜ ଗିରଫ ହେବା ସହ ସେମାନଙ୍କ ଠାରୁ ବିପୁଳ ପରିମାଣରେ ବନ୍ଧୁକ ଜବତ ହୋଇଛି । ଦୁଇଟି 7mm ପିସ୍ତଲ ସହ ମାଗନିଜ , ୬ଟି ଦେଶୀ ବନ୍ଧୁକ ,20ଟି ଜୀବନ୍ତ ଗୁଳି ଜବତ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ stf ଟିମ ଦୁଇ ବାଜ କୁ ଗିରଫ କରିଛି । ଜଗତସିଂହପୁରର କାଲିଆ ଓରଫ ସୁରେଶ ଦାସ ଅନ୍ତ୍ୟଟି ସୌମ୍ୟ ରଞ୍ଜନ ଦଳେଇ । ସକାଲୁ ନିଆଳି ଶିଖରଘାଟ ନିକଟରେ ଏହି ଦୁଇ ବେପାରୀ ବନ୍ଧୁକ ନେଇ ଯାଉଥିଲେ । ସେତେବେଳେ ଠୋସ ଖବର ପାଇ ମାଡି ବସିଥିଲା ଏସ ଟି ଏମ । ଏମାନଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଛି । ଗତ ଏକ ବର୍ଷ ମଧ୍ୟରେ stf ଏକା ୨୨ଟି ବନ୍ଧୁକ ଓ ୫୪ ଟି ଜୀବନ୍ତ ଗୁଳି ଜବତ କରିବାରେ ସଫଳ ହୋଇପାରିଛି । ସେଥିରେ ୭ ଜଣ ଗିରଫ ହୋଇସାରିଲେଣି ।

related posts

Leave a Comment