Home Breaking News / ତାଜା ଖବର ଦୁଷ୍କର୍ମ ପିଡିତା ଆତ୍ମହତ୍ୟା ମାମଲାରେ ଆସିଲା ରୋଚକ ତଥ୍ୟ: ଚିକିତ୍ସାରେ କରାଯାଇଥିଲା ଅବହେଳା

ଦୁଷ୍କର୍ମ ପିଡିତା ଆତ୍ମହତ୍ୟା ମାମଲାରେ ଆସିଲା ରୋଚକ ତଥ୍ୟ: ଚିକିତ୍ସାରେ କରାଯାଇଥିଲା ଅବହେଳା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମାଲକାନଗିରି(ମାନିକ ବାଛାର): ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାରଲାକୋଟା ଗ୍ରାମପଞ୍ଚାୟତ ର ରଙ୍ଗମାଟି ଗୁଡା ର 14 ବର୍ଷୀୟ ନାବାଳିକା ଗତ ଶୁକ୍ରବାର ଦିନ ଦୁଷ୍କର୍ମ ର ଶିକାର ହୋଇଥିଲେ l ଘଟଣାଟି ପ୍ରଘଟ ହେଲାପରେ ନାବାଳିକା ଜଣକ ବିଷ ପିଇ ଆତ୍ମହତ୍ୟା ର ଉଦ୍ୟମ କରିଥିଲେ କିନ୍ତୁ ସେହି ଦିନ ତାଙ୍କ ଶରୀର ରେ ବିଷ ପିଇବା ର କୌଣସି ଲକ୍ଷଣ ଦେଖାଯାଇନଥିଲା କିନ୍ତୁ ପରବର୍ତୀ ସମୟରେ ହଟାତ ମଙ୍ଗଳବାର ଦିନ ନାବାଳିକା ଙ୍କର ଶରୀର ହଟାତ ଅସୁସ୍ଥ ହୋଇପଡିଥିଲେ l ପରେ ପରିବାର ଲୋକେ ତାଙ୍କୁ ନିକଟସ୍ଥ କରୋକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ କିନ୍ତୁ ସେହି ସମୟରେ ଦାଇତ୍ୱ ରେ ଥିବା ଆୟୁଷ ଡାକ୍ତର କୌଣସି ଚିକିସ୍l କରିନଥିଲେ ଓ ନlବlଳିକlଙ୍କର ବିଗୁଡୁଥିବା ସ୍ୱସ୍ଥ୍ୟ ଅବସ୍ଥା ପ୍ରତି କୌଣସି ପ୍ରକାର ତତ୍ପରତା ଦେଖାଇନଥିଲେ ଯାହା ଫଳରେ ନାବାଳିକା ଙ୍କର ମୃତୁ ହୋଇଥିବା ଅଭିଯୋଗ ହୋଇଛି l

ଦେଖନ୍ତୁ PPL ହାତରେ ଲାଗିଥିବା exclusive ଦସ୍ତାବିଜ କୁ ଗତ 6 ତାରିଖ ର 3.50 ମିନିଟ ସମୟରେ ଡାକ୍ତର ତାଙ୍କୁ ପରୀକ୍ଷା ଆରମ୍ଭ କରିଛନ୍ତି ଓ ସେହି ଠିକ 3.50 ସମୟରେ ସେହି ନାବାଳିକା ଙ୍କୁ 108 ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ମୁଖ୍ୟ ଡାକ୍ତର ଖାନା କୁ ପଠାଯାଇଛି l ତାହା ହେଲେ ଏଠାରେ ପ୍ରଶ୍ନ ଉଠୁଛି କେଉଁ ସମୟ ମଧ୍ୟରେ ଡାକ୍ତର ଦେବାଶିଷ ବେପାରୀ ନାବାଳିକାଙ୍କୁ ପରୀକ୍ଷା କରିଛନ୍ତି l ଯଦି ସେହି ସମୟ ମଧ୍ୟରେ ଡାକ୍ତର ମହାଶୟ କିଛିବି ତତ୍ପର ଦେଖାଇଥାନ୍ତେ ତାହାହେଲେ ନବଳିକଙ୍କର ଜୀବନଟି ବଂଚିଯାଇପାରିଥାନ୍ତା l

related posts

Leave a Comment