Home Breaking News / ତାଜା ଖବର ଠେଙ୍ଗା ମାଡ଼ରେ ମହିଳା ମୃତ

ଠେଙ୍ଗା ମାଡ଼ରେ ମହିଳା ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାମାକ୍ଷାନଗର: ଠେଙ୍ଗା ମାଡ଼ ରେ ମହିଳା ମୃତ l ମୃତ ମହିଳା ହେଲେ ତୁମୁସିଙ୍ଗା ଥାନା ଡଙ୍କାବୋଲ ଗ୍ରାମର ଶ୍ରୀମତୀ ଚାତାର l ସୂଚନା ଅନୁସାରେ ଶ୍ରୀମତୀ କଦଳିପାଳ ଛକ ନିକଟରେ ହାଣ୍ଡିଆ ବିକ୍ରି କରୁଥିଲେ l ସେଠାକୁ ହାଣ୍ଡିଆ ପିଇବାପାଇ ତାଙ୍କ ଧର୍ମ ପୁଅ ଓ ଆଉଜଣେ ସାଙ୍ଗ ହୋଇ ଯାଇଥିଲେ l ହାଣ୍ଡିଆ ପିଇବା ପରେ ଶ୍ରୀମତୀ ଙ୍କ ଧର୍ମପୁଅ ଓ ତାଙ୍କ ସାଙ୍ଗ ମଧ୍ୟରେ କୌଣସି କାରଣ ରୁ ବଚସା ହୋଇଥିଲା l ଘଟଣା ଏତେ ଗୁରୁତର ହୋଇଥିଲା ଯେ ଉଭୟ ଙ୍କ ମଧ୍ୟରେ ଠେଙ୍ଗା ମାଡ଼ ଓ ହାତାହାତି ହୋଇଥିଲା l ନିଜ ଧର୍ମପୁଅ ସହ ବଚସା ହେଉଥିବା ଦେଖି ଶ୍ରୀମତୀ ଉଭୟ ଙ୍କୁ ଗଣ୍ଡଗୋଳ ରୁ ନିବୃତ ରହିବା ପାଇଁ ବୁଝାଇବାକୁ ଯାଉଥିବା ବେଳେ ହଟାତ ତାଙ୍କ ଦେହରେ ଠେଙ୍ଗା ପ୍ରହାର ବାଜିଥିଲା l ଫଳରେ ସେ ଗୁରୁତର ଅବସ୍ଥାରେ ସେଠାରେ ଟଳି ପଡ଼ିଥିଲେ l ଖବର ପାଇ ତୁମୁସିଙ୍ଗା ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଶବ କୁ ଜବତ କରି ମୃତଦେହ କୁ ବ୍ୟବଛେଦ ନିମନ୍ତେ କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରି ଅଧିକ ତଦନ୍ତ ଜାରି ରଖିଛି ଲ

related posts

Leave a Comment