Home Breaking News / ତାଜା ଖବର ଟ୍ରିପଲ୍ ମର୍ଡର ମାମଲାରେ ମୁଖ୍ୟ ଅଭିଯୁକ୍ତ ପପୁ ସେନ୍ ଗିରଫ

ଟ୍ରିପଲ୍ ମର୍ଡର ମାମଲାରେ ମୁଖ୍ୟ ଅଭିଯୁକ୍ତ ପପୁ ସେନ୍ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଲାଟୀ ଗାଁରେ ଗୋଟିଏ ଦିନରେ ଟ୍ରିପଲ୍ ମର୍ଡର ମାମଲାରେ ମୁଖ୍ୟ ଅଭିଯୁକ୍ତ ପପୁ ସେନ୍ ଗିରଫ ହୋଇଛି। ସ୍ତ୍ରୀର ପରକିୟା ପ୍ରୀତି ଓ ପ୍ରେମିକ ସହ ଫେରାର ହେବାରୁ ଅଭିଯୁକ୍ତ ଏହି ପରି ହତ୍ୟାକାଣ୍ଡ ଭିଆଇଥିବା ପପୁ ସ୍ୱୀକାର ଜଣା ପଡିଛି। ୨୦୨୦ ଜୁଲାଇ ମାସରୁ ବିଭିନ୍ନ ଯାଗାରେ ହତ୍ୟା ଘଟାଇ ଫେରାର ଥିବା ଅଭିଯୁକ୍ତ ପପୁ ସେନଙ୍କୁ ଗିରଫ କରାଯାଇଥିବା ଉତ୍ତରପ୍ରଦେଶ ଲଳିତପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିବା ସୁଚନା ମିଳିଛି ।
ପପୁ ମୋଟ ୪ ଜଣଙ୍କୁ ହତ୍ୟା କରିଥିବା ରୁ ପପୁକୁ ଧରାଇବାକୁ ପୁଲିସ ପୁରସ୍କାର ମଧ୍ୟ ଘୋଷଣା କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ଗିରଫ ଅଭିଯୁକ୍ତ ପପୁ ସେନଙ୍କ ଘର ହେଉଛି ଉତ୍ତରପ୍ରଦେଶର ଲଲନ୍‌ଜୁ ଗାଁର। ସେ ବିନିକା ଥାନା ସିଲାଟୀ ଗାଁ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ପରେ ପପୁ ସେନ ସ୍ତ୍ରୀକୁ ନେଇ ଉତ୍ତରପ୍ରେଦଶ ପଳାଇ ଯାଇଥିଲେ। ସେଠାରେ ପପୁଙ୍କର ୪ଟି ପୁଅ ମଧ୍ୟ ହୋଇଥିଲା। ହେଲେ ପପୁଙ୍କର ସ୍ତ୍ରୀଙ୍କ ସହ ସେଠାରେ ରାହୁଲ ନାମକ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ହୋଇଥିଲା। ପରେ ରାହୁଲଙ୍କ ସହ ପପୁଙ୍କର ସ୍ତ୍ରୀ ଫେରାର ହୋଇ ଯାଇଥିଲା। ଏଥିରେ ପ୍ରତିଶୋଧ ପରାୟଣ ହୋଇ ପ୍ରଥମେ ପପୁ ରାହୁଲଙ୍କ ବାପାଙ୍କୁ ୧୬/୦୭/୨୦୨୦ରେ ହତ୍ୟା କରିଥିଲା।

ପରେ ଏକ ଜିପ୍‌ରେ ୨୨/୦୭/୨୦୨୦ରେ ସିଲାଟି ଗାଁକୁ ଆସି ନିଜ ଶାଶୁ, ଶ୍ୱଶୁର ଏବଂ ଶଳାକୁ ଟଙ୍ଗିଆରେ ହାଣି ଅତି ବୀଭତ୍ସଭାବେ ହତ୍ୟା କରି ଫେରାର ହୋଇଯାଇଥିଲେ।ଅଭିଯୁକ୍ତ ପପୁଙ୍କ କହିବା ଅନୁଯାୟୀ ବାପଘର ଲୋକଙ୍କ କଥାରେ ପଡ଼ି ତାଙ୍କ ସ୍ତ୍ରୀ ତାଙ୍କୁ ପ୍ରଥମେ ଛାଡ଼ପତ୍ର ଦେଇଥିଲା। ଆଉ ପରକୀୟା ସମ୍ପର୍କ ଥିବା ରାହୁଲଙ୍କ ସହ ଫେରାର ହୋଇ ଯାଇଥିଲା। ତେଣୁ ଏହି ରାଗରେ ସେ ଶୂଶୁରଘର ଲୋକଙ୍କୁ ହତ୍ୟା କରିଥିବା ସ୍ବିକାର କରି ଥିବା ସୁଚନା ମିଳିଛି। ତେବେ ଉତ୍ତରପ୍ରଦେଶ ପୁଲିସ ପପୁ ସେନ ଙ୍କୁ ଧରାଇ ଦେବାକୁ ୨୫,୦୦୦ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ତେବେ ଗତ ଏପ୍ରିଲ ୨ ତାରିଖରେ ପପୁ ତାଙ୍କ ପତ୍ନୀ ସହ ପିଲା ମାନଙ୍କୁ ପ୍ରେମିକା ପାଖରୁ ଫେରାଇନେବା କୁ ସ୍ତ୍ରୀ ଙ୍କୁ ନିବେଦନ କରିବାକୁ ଆସିଥିବା ସମୟରେ ସ୍ତ୍ରୀ ବିନିକା ପୁଲିସ ତଥା ଲଲିତ ପୁର ପୋଲିସ କୁ ଖବର ଦେଇ ଥିବା ବିନିକା ଆଇଆଇସି ନିରଞ୍ଜନ ନାୟକ ପ୍ରକାଶ କରିଛନ୍ତି । ବିନିକା ଥାନା ପକ୍ଷରୁ ଲଲିତ ପୁର ପୁଲିସ କୁ ଖବର ଦେଇ ଥିବା ତଥା ପୁର୍ବ ରୁ ଖବର ପାଇ ତାଙ୍କୁ ଗିରଫ କରିଥିବା ବିନିକା ଥାନା ଆଇଆଇସି ଶ୍ରାନାୟକ ପ୍ରକାଶ କରିଛନ୍ତି ।ଏନେଇ ଉତ୍ତରପ୍ରଦେଶର ଲଳିତପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

related posts

Leave a Comment