Home Breaking News / ତାଜା ଖବର ମାଟି ଖୋଳୁ ଖୋଳୁ ମିଳିଲା ନାଗ ସାପ ଅଣ୍ଡା

ମାଟି ଖୋଳୁ ଖୋଳୁ ମିଳିଲା ନାଗ ସାପ ଅଣ୍ଡା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମାଟି ଖୋଳୁ ଖୋଳୁ ବାହାରିଲା ନାଗ ସାପ ଅଣ୍ଡା । ଭୁବନେଶ୍ୱର ଉପକଣ୍ଠରେ ସୁନ୍ଦରପଦା ଏବରଙ୍ଗ ଅଞ୍ଚଳରେ ଆରାଧନା ନଗର ରେ ଗୋଟିଏ ଖାଲି ପ୍ଲଟ ରେ ଘର କାମ ପାଇଁ ନିଅଁ ଖୋଲିବା ବେଳେ ଏକ ସାପ ସହ ବହୁ ଅଣ୍ଡା ଦେଖିବାକୁ ମିଳିଲା । ଏହାକୁ ଦେଖି ମିସ୍ତ୍ରୀ ଓ ମୂଲିଆ ମାନେ ଭୟଭୀତ ହୋଇ କାମ ବନ୍ଦ କରିଦେଇଥିଲେ । ତେବେ ସାପ ଟି ସେଠାରୁ ପଳେଇବା ପରେ କାଁଥ ଭିତରେ କିଛି ଧଳା ରଙ୍ଗର ଅଣ୍ଡା ଦେଖି ବାକୁ ମିଳିଥିଲା । ସ୍ନେକ ହେଲ୍ପ ଲାଇନ କୁ ଖବର ଦିଆଯାଇଥିଲା । ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଓ ସଦସ୍ୟ ହେମନ୍ତ ବେହେରା ଘଟଣା ସ୍ଥଳରେ ପହଞ୍ଚି ଅଣ୍ଡା ଗୁଡିକୁ ଉଦ୍ଧାର କରିଥିଲେ । ତେବେ ରାତି ଭିତରେ ଅଣ୍ଡା ଗୁଡିକରୁ ଅଧିକାଂଶ ପିମ୍ପୁଡି ଖାଇଯାଇଥିଲେ । ଏହି ବିଷୟରେ ମଞ୍ଚେଶ୍ୱର ରେଞ୍ଜ ଅଫିସର ବି ବି ମହାପାତ୍ର ଙ୍କୁ ଅବଗତ କରେଇବା ପରେ ଅଣ୍ଡା ଗୁଡିକୁ କୃତ୍ରିମ ଉପାୟରେ ଫୁଟେଇବା ପାଇଁ ସ୍ନେକ ହେଲ୍ପ ଲାଇନ କାର୍ଯ୍ୟାଳୟ କୁ ନିଆଯାଇଛି । ଅଧାରୁ ଅଧିକ ଅଣ୍ଡା କୁ ପିମ୍ପୁଡି ମାନେ ଖାଇ କଣା କରି ଦେଇଥିବାରୁ ଆଉ ଫୁଟିବ ନାହିଁ ବୋଲି ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି । ଆଉ ଯାହା ଅଣ୍ଡା ଯଦି ଫୁଟିବ, ଆମେ ସେତକ ଛୁଆଙ୍କୁ ବନ ରେଞ୍ଜ ଅଫିସରଙ୍କୁ ହସ୍ତାନ୍ତର କରି ଦେବୁ ବୋଲି ଶୁଭେନ୍ଦୁ କହିଛନ୍ତି। ତେବେ ସମ୍ଭବତଃ ଏଇ ଅଣ୍ଡା ଗୁଡିକ ନାଗ ସାପର । ଏବେ ନାଗ ସାପ ମାନଙ୍କର ପ୍ରଜନନ ଋତୁ ଏବଂ ମାର୍ଚ୍ଚ ରୁ ମେ ମାସ ଯାଏଁ ଅଣ୍ଡା ଦେଇଥାନ୍ତି । ଏଣୁ ଲୋକମାନେ ନିଜ ବାଡି ବଗିଚା କୁ ସଫା କରିଦିଅନ୍ତୁ । ଫଳରେ ଯଦି କେଉଁ ବି ସାପ ଅଣ୍ଡା ଦେଉଥିବ ତେବେ ଜଣା ପଡିଯିବ । ନହେଲେ 45-60 ଦିନ ପରେ ନାଗ ସାପ ଛୁଆ ମାନେ ଘର ବାଡିରେ ମାଳ ମାଳ ବୁଲିବେ ବୋଲି ସତର୍କ କରିଛନ୍ତି ସ୍ନେକ ହେଲ୍ପଳାଇନ ।

related posts

Leave a Comment