Home Breaking News / ତାଜା ଖବର ପ୍ରେମ, ପବଜି ଗେମର ଦୋଛକି ଭିତରେ ଜୀବନ ହାରିଲେ ନାବାଳକ

ପ୍ରେମ, ପବଜି ଗେମର ଦୋଛକି ଭିତରେ ଜୀବନ ହାରିଲେ ନାବାଳକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜଗତସିଂହପୁର(ସୁମନ ଜେନା): ପ୍ରେମ, ପବଜି ଗେମ ର ଦୋଛକି ଭିତରେ ଜୀବନ ହାରିଲେ ନା ବାଳକ l ପ୍ରେମ ପାଇଁ ଝିଅ ଘର ପକ୍ଷରୁ ବାରମ୍ବାର ତାଗିଦ କରୁଥିବା ଓ ପବଜି ଖେଳିବା ପାଇଁ ମୋବାଇଲ କୁ ଘରଲୋକେ ଲୁଚାଇ ରଖିବାରୁ ନାବାଳକ ଜଣକ ଆତ୍ମହତ୍ୟା ପରି ଏକ କଠୋର ନିଷ୍ପତ୍ତି କୁ ଆପଣାଇ ଜୀବନ ହାରିଛନ୍ତି l କିନ୍ତୁ ମୃତ୍ୟୁ ର ଗୋଟିଏ ଦିନ ପରେ ଘଟଣା ରେ ଆସିଛି ଏକ ନୂଆ ମୋଡ଼ l ଆତ୍ମହତ୍ୟା କରିଥିବା ନାବାଳକ ର ପରିବାର ଲୋକେ ହୋଇଛନ୍ତି ଥାନାର ଦ୍ୱାରସ୍ଥ l ଅଭିଯୋଗ କରିଛନ୍ତି ତାଙ୍କ ପୁଅକୁ ବସ୍ତି ର ଜଣେ ଲୋକ ଧମକ ଚମକ ଦେବା ସହିତ ତାକୁ ମାନସିକ ନିର୍ଯାତନା ଦେଉଥିଲା l ଯାହାକୁ ସହିନପାରି ତାଙ୍କ ପୁଅ ଆତ୍ମହତ୍ୟା କରିଛି ବୋଲି ବାପ ମା ପୋଲିସ ପାଖରେ ଅଭିଯୋଗ ଆଣିଛନ୍ତି l ଯାହାକି କାହାଣୀ ରେ ଆଣିଛି ଏକ ନୂଆ ମୋଡ଼ l

ପାରାଦ୍ୱୀପ ପୌରପରିଷଦ 18 ନମ୍ବର ୱାର୍ଡ ରେ b. ପର୍ଶୁରାମ ଙ୍କ ପୁଅ ବି ଚିନ୍ନି ରାଓ ଗତ ତା 5/4/21 ରିଖ ଦିନ 11 ଟା ପାଖାପାଖି ନିଜ ଘରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲା l ଏହି ସମୟରେ ଘରେ କେହି ନ ଥିବାରୁ ଘଟଣା ଘଟିବାର କିଛି ସମୟ ପରେ ଘର ଲୋକ ଜାଣିବା ପରେ ଜଟାଧାର ମୂହାଣ ପୋଲିସ କୁ ଅବଗତ କରିବା ସହିତ ଶବ ବ୍ୟବଛେଦ କରି ସଂସ୍କାର କରିଥିଲେ l କିନ୍ତୁ ଶବ ସଂସ୍କାର ପରେ ଏକ ନୂଆ ମୋଡ଼ ଆସିଥିଲା l ମୃତକ ଚିନ୍ନି ରାଓ ର ଦୁଇଜଣ ସାଙ୍ଗ ଆଣିଥିଲେ ଏହି ଅଭିଯୋଗ l ଚିନ୍ନି ରାଓ ପବଜି ଗେମ ଖେଳରେ ମସଗୁଲ ରହିବା ସହିତ ବସ୍ତିର ଜଣେ ଝିଅ କୁ ଏକ ତରଫା ପ୍ରେମ କରୁଥିଲେ l ଏହି ଏକତରଫା ପ୍ରେମ ରେ ଝିଅ ଟି ତାର ପରିବାର କୁ ଜଣାଇବା ପରେ ପରିବାର ଜଣେ ଦୂର ସମ୍ପର୍କୀୟ ମୁଥୁ ଦେମୁଡୁ ମୃତକ ଚିନ୍ନି ରାଓ କୁ ବୁଝାଇବା ସହିତ ଆଗକୁ ଏମିତି କମେଣ୍ଟ କିମ୍ବା ଝିଅ କୁ ହଇରାଣ କଲେ ପରିସ୍ଥିତି ଅଲଗା ହେବ ବୋଲି କହିବା ସହିତ ଚିନ୍ନି ରାଓ ଘର ଲୋକ ଏହି ବିଷୟରେ ଜାଣିଥିଲେ l ପବଜି ଓ ପ୍ରେମ ଦୁଇଟି ବିଷୟରେ ଚିନ୍ନି ର ସାଙ୍ଗ ମାନେ ପୂର୍ବରୁ ନ ଜଣାଇ ମରିଗଲା ପରେ ଚିନ୍ନି ର ଘର ଲୋକଙ୍କୁ ଜଣାଇବା ପରେ ଜଟାଧାର ସାମୁଦ୍ରିକ ଥାନା ରେ 6/4/21 ରେ ଚିନ୍ନି ରାଓ ପରିବାର ତରଫରୁ ଏକ ଏଫ ଆଇ ଆର ଦାଖଲ କରିଥିଲେ l

ପ୍ରେମ ଓ ପବଜି ଗେମ ନାବାଳକ ଚିନ୍ନିରାଓ ର ମୁଖ୍ୟ ସାଥି ପାଲଟିଥିଲା l ପ୍ରେମ ରେ ବାଧା ଆସିବା ଓ ପରିବାର ଲୋକ ମୋବାଇଲ ନେଇଯିବା ପରେ ଚିନ୍ନିରାଓ ବ୍ୟସ୍ତ ହୋଇପଡ଼ିଥିଲା ଏବଂ ନିଜ ଉପରୁ ଭରସାମ୍ୟ ହରାଇଥିଲା l ମୃତକ ଙ୍କ ପରିବାର ପକ୍ଷରୁ ଥାନା ରେ ଦିଆଯାଇଥିବା ଅଭିଯୋଗ ରେ ଅଭିଯୁକ୍ତ ମୁଥୁ ଦେମୁଡୁ ଏହାକୁ ସମ୍ପୂର୍ଣ ଭିତ୍ତିହୀନ ଓ ଯୋଜନାବଦ୍ଧ ବୋଲି କହିଛନ୍ତି l ନିଜର ଜଣେ ସମ୍ପର୍କୀୟ ଝିଅ କୁ ପ୍ରେମ ନିବେଦନ କରିବା ଓ ବାରମ୍ବାର ହଇରାଣ କରୁଥିବା ରୁ ମୁଁ ଚିନ୍ନି ରାଓ କୁ ଏହି ସବୁ କାର୍ଯ୍ୟରୁ ନିବୃତ ରହିବାକୁ କହିବା ସହିତ ତାର ମାମୁ ଙ୍କୁ ଏହି ବିଷୟରେ ଜଣାଇଥିଲି l ଏହା ପରେ ଚିନ୍ନି ରାଓ ଏହି କାର୍ଯ୍ୟରୁ ନିବୃତ ନ ରହି ପୁନଃ ଝିଅ କୁ ହଇରାଣ କରୁଥିଲା l ମୁଁ ତାକୁ ଗାଡିଆନ ହିସାବରେ ଆକଟ କରିଥିଲି l ତାର ଆତ୍ମହତ୍ୟା ରେ ମୋର କୌଣସି ଲେଣଦେନ ନାହିଁ ଯଦି ପରିବାର ପୋଲିସ ନିକଟରେ ମୋ ବିପକ୍ଷରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ପୋଲିସ ଏହାର ତଦନ୍ତ କରୁ ଯଦି ମୁଁ ଏଥିରେ ସମ୍ପୃକ୍ତ ବୋଲି ପ୍ରମାଣ ପାଏ ତା ହେଲେ ପୋଲିସ ର ତଦନ୍ତ ରେ ମୋ ନିଜ ତରଫରୁ ସାହାଯ୍ୟ କରିବି ବୋଲି କହିଛନ୍ତି ମୁଥୁ ଦେମୁଡୁ l

ଏହି ଆତ୍ମହତ୍ୟା ର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ଏହା ର ଦୁଇଟି କାରଣ ସ୍ପଷ୍ଟ ବୋଲି ସନ୍ଦେହ କରାଯାଇପାରେ l ପ୍ରେମ ଓ ପବଜି ଗେମ l କିନ୍ତୁ ପରିବାର ତରଫରୁ ପୋଲିସ କୁ ଦିଆଯାଇଥିବା ଅଭିଯୋଗ ପତ୍ର ରେ କେତେ ସତ୍ୟ ତାହା ସମୟ କହିବ l ପୋଲିସ ଏହାର ନିରପେକ୍ଷ ତଦନ୍ତ କରୁ ଘଟଣା ର ପର୍ଦାଫାଶ କରୁ l ଶହେ ଦୋଷୀ ଦଣ୍ଡ ପାଆନ୍ତୁ କିନ୍ତୁ ଜଣେ ନିର୍ଦୋଷ ଦଣ୍ଡ ନ ପାଉ l

related posts

Leave a Comment