Home Breaking News / ତାଜା ଖବର ମନରେଗା ଯୋଜନାରେ ମହାଦୁର୍ନୀତିର ଗନ୍ତାଘର ସାଜିଛି ବଡକର୍ଳାକୋଟ ଗ୍ରାମ ପଞ୍ଚାୟତ ଜୟପାଟଣା

ମନରେଗା ଯୋଜନାରେ ମହାଦୁର୍ନୀତିର ଗନ୍ତାଘର ସାଜିଛି ବଡକର୍ଳାକୋଟ ଗ୍ରାମ ପଞ୍ଚାୟତ ଜୟପାଟଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଳାହାଣ୍ଡି(ରାଜୁ ପାହାଡ଼): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବଡ଼କର୍ଲା କୋଟ ଗ୍ରାମପଞ୍ଚାୟତ ଲାଖବହାଲୀ ଚନାପଡା ଠାରୁ ଜାମଚୂଆଁ ପର୍ଯ୍ୟନ୍ତ ହେଉଥିବା ଅଟକଳ ପରିମାଣ 5ଲକ୍ଷ୍ୟ ଟଙ୍କାରେ ହେଉଥିବା ମନରେଗା କାର୍ଯ୍ୟକୁ ଶ୍ରମିକମାନେ କାମ କରିବା ବଦଳରେ ମେସିନ ଲଗାଇ କାମକରୁଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ !
ଆମେ ଏବିଷୟରେ ବଡ଼କର୍ଲାକୋଟ ଗ୍ରାମ ପଞ୍ଚାୟତ ର GRSଙ୍କୁ ଫୋନରେ ପଚାରିବାରୁ ସେ ମୋକାମ ମୁ କରୁଅଛି , କିନ୍ତୁ କାମ କିଏ କରୁଅଛି ତାହା ମୁ ଜାଣିବିନାହି ସେକଥା ଆମ ପଞ୍ଚାୟତର ସରପଞ୍ଚସାର ହିଜାଣିବେ ବୋଲି GRS କହିଥିଲେ ! ହେଲେ ଏଠି ପ୍ରଶ୍ନଉଠେ ମନରେଗା କାମ କିଏ କରିବା କଥା , ଏମିତି ଆଗରୁବି ଗଣମାଧ୍ୟମବାରମ୍ବାର ବଡକର୍ଲାକୋଟ ଗ୍ରାମ ପଞ୍ଚାୟତ ର ମନରେଗା କାର୍ଯ୍ୟର ଦୁର୍ନୀତି କୁ ଲୋକଲୋଚନକୁ ଆଣିଥିଲେ ମଧ୍ୟ ପ୍ରଶାସନଜାଣିଶୁଣି ନିରବଦଷ୍ଟା ସାଜିଛନ୍ତି ଓ ଠିକାଦାର ଆଉ GRS ମାନଙ୍କ ସହିତ ଶଳାସୁତୁରା ହୋଇ ସବୁକାର୍ଯ୍ୟକୁ ନିମ୍ନମାନରେ ସାରିଦେଇ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାକୁ ହଡ଼ପ କରିଚାଲିଛନ୍ତି !ବର୍ତମାନ ବଡ଼କର୍ଲାକୋଟ ଗ୍ରାମ ପଞ୍ଚାୟତ ର ସମସ୍ତ ମନରେଗା କାର୍ଯ୍ୟଉପରେ ଭିଜିଲାନ୍ସ ତଦନ୍ତ କରାଯିବାସହିତ ଦୁର୍ନୀତିଗସ୍ତ ଅଫିସର ମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି !

related posts

Leave a Comment