Home Breaking News / ତାଜା ଖବର ପାନୀୟ ଜଳ ଯୋଗାଣ ଦାବିନେଇ ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେଲେ ମହିଳା

ପାନୀୟ ଜଳ ଯୋଗାଣ ଦାବିନେଇ ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେଲେ ମହିଳା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜଗତସିଂହପୁର(ସୁମନ ଜେନା): ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପାନୀୟ ଜଳ ଏବେ ମୁଖ୍ୟ ସମସ୍ୟା ପାଲଟିଛି।ଜଗତସିଂହପୁର ଜିଲ୍ଲା କୁ ଜଙ୍ଗ ବ୍ଲକ୍ ପଣ୍ଡୁଆ ପଞ୍ଚାୟତ ସ୍ଥିତ ଅଢାଙ୍କର ଦଳିତ ସାହିରେ। ପାନୀୟ ଜଳ ଟୋପାଏ ନ ପାଇ ଲୋକ ହନ୍ତସନ୍ତ ହେଉଥିବା ବେଳେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପିଇବା ପାଣି ଟୋପେ ମିଳୁନାହିଁ। ତେବେ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରୁ ଆଜି ଅଢ଼ାଙ୍କୁର ଗ୍ରାମର ମହିଳା ମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ।ସ୍ଥାନୀୟ ପ୍ରଶାସନ ତଥା ସରପଞ୍ଚଙ୍କୁ ବାରମ୍ବାର ଅବଗତ କରାଗଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ତେବେ ମହିଳା ମାନେ ଗରା ଧରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଥିବା ବେଳେ ପାନୀୟ ଜଳ ନ ଯୋଗାଇ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି।ଅନ୍ୟ ପକ୍ଷରେ ପାନୀୟ ଜଳ ଯୋଗାଣ ପାଇଁ ପାଇପ ଲାଇନ କାମ ସରିଥିବା ବେଳେ ଖୁବ ଶୀଘ୍ର ଗ୍ରାମକୁ ପାନୀୟ ଜଳ ଯୋଗାଣ କରାଯିବ ବୋଲି କହିଛନ୍ତି କୁଜଙ୍ଗ ବିଡ଼ିଓ ଅମୀୟ ପଣ୍ଡା।

related posts

Leave a Comment