Home Breaking News / ତାଜା ଖବର ଅଧିକ ଯୌତୁକ ପାଇଁ ନିର୍ଯ୍ୟାତନାର ଶିକାର ହୋଇ ଥାନା ଆଗରେ ଧାରଣା ଦେଲେ ମହିଳା ଓ ସମ୍ପର୍କୀୟ ଲୋକେ

ଅଧିକ ଯୌତୁକ ପାଇଁ ନିର୍ଯ୍ୟାତନାର ଶିକାର ହୋଇ ଥାନା ଆଗରେ ଧାରଣା ଦେଲେ ମହିଳା ଓ ସମ୍ପର୍କୀୟ ଲୋକେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜଗତସିଂହପୁର(ସୁମନ ଜେନା): ବିବାହକୁ ୧୨ eବର୍ଷ ବିତିଗଲା ପରିବେ ଅଧିକ ଯୌତୁକ ପାଇଁ ନିର୍ଯ୍ୟାତନାର ଶିକାର ହେଲେ ମହିଳା।ଦୁଇଟି ସନ୍ତାନର ମାଆ ହୋଇଥିବା ମହିଳାଙ୍କୁ ଶାଶୁ ଘର ଲୋକେ ଅଧିକ ଯୌତୁକ ଦାବୀ କରି ନିସ୍ତୁକ ମାଡ଼ ମାରିଥିବାରୁ ଥାନାରେ ଧାରଣା ଦେଲେ ନିର୍ଯ୍ୟାତନାର ଶିକାର ହୋଇଥିବା ମହିଳା ଓ ସମ୍ପର୍କୀୟ ଲୋକେ।ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ କୋଠୀ ପଞ୍ଚାୟତ ସିଜୁ ଗ୍ରାମର ରଞ୍ଜନ ନାୟକଙ୍କ ପତ୍ନୀ ଶ୍ରଦ୍ଧାଞ୍ଜଳି ନାୟକ। ସୂଚନା ମୁତାବକ ପତି ପତ୍ନୀ ଦୁହେଁ ଗୋଟିଏ ଗ୍ରାମର ହୋଇଥିବା ବେଳେ ଅଧିକ ଯୌତୁକ ଆଶା କରି ଶ୍ରଦ୍ଧାଞ୍ଜଳିଙ୍କ ସ୍ୱାମୀ ରଞ୍ଜନ ନାୟକ ବାରମ୍ବାର ପତ୍ନୀ ଶ୍ରଦ୍ଧାଞ୍ଜଳିଙ୍କୁ ମାଡ଼ ମାରିବା ସହ ଅଧିକ ଯୌତୁକ ଦାବୀ କରୁଥିବା ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟୀ ଗତ ଶୁକ୍ରବାର ଦିନ ଶ୍ରଦ୍ଧାଞ୍ଜଳି ନାୟକଙ୍କ ସ୍ୱାମୀ ରଞ୍ଜନ ନାୟକ ଅଧିକ ଯୌତୁକ ଦାବୀ କରି ନିଜ ପତ୍ନୀ ଓ ଆଠ ବର୍ଷର ଝିଅକୁ ମାଡ଼ ମାରିଥିବା ଘଟଣାକୁ ନେଇ ଶ୍ରଦ୍ଧାଞ୍ଜଳି ସ୍ଥାନୀୟ ପାରାଦ୍ୱୀପ ଲକ ଥାନାରେ ଶନିବାର ଦିନ ଲିଖିତ ଅଭିଯୋଗ କରିଥିଲେ।ତେବେ ଶ୍ରଦ୍ଧାଞ୍ଜଳିଙ୍କୁ କିଛି ସୁଫଳ ମିଳିନଥିବା ବେଳେ ଆଜି ସକାଳ ସମୟରେ ଶ୍ରଦ୍ଧାଞ୍ଜଳି ପୁର୍ନବାର ଆଉ ଏକ ଲିଖିତ ଅଭିଯୋଗ କରିବା ସହ ଥାନା ଆଗରେ ସମ୍ପର୍କୀୟ ମାନଙ୍କ ସାଥିରେ ଥାନା ଆଗରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା।ଅନ୍ୟପଟେ ପାରାଦ୍ୱୀପ ଲକ ପୋଲିସ ଅଭିଯୋଗ ଆଧାରରେ ଏତେଲକୁ ପଞ୍ଜିକୃତ କରିବା ସହ ଶ୍ରଦ୍ଧାଞ୍ଜଳିଙ୍କ ସ୍ଵାମୀ ରଞ୍ଜନ ନାୟକଙ୍କୁ ଅଟକ ରଖିଥିବା ଜଣାପଡିଛି।

ଏଠି ପ୍ରଶ୍ନ ଉଠେ ମହିଳାଙ୍କ ଅଭିଯୋଗ ତିନିଦିନ ବିତିଗଲା ପରେବି ପାରାଦ୍ୱୀପ ଲକ ପୋଲିସ କାହିଁକି ସ୍ୱାମୀ ରଞ୍ଜନକୁ ଗିରଫ କରୁନଥିଲା।କାହା ଚାପରେ ଚାପି ହୋଇ ରହିଥିଲା ପୋଲିସ ଜେକି ମହିଳାଙ୍କୁ ପୁର୍ନବାର ଏତେଲା ଦେବା ସହିତ ଧାରଣାରେ ବସିବାକୁ ପଡିଲା ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

related posts

Leave a Comment