Home Breaking News / ତାଜା ଖବର ଭୁଶୁଡ଼ିଲା ରେଙ୍ଗାଳୀ ବାମ ପାର୍ଶ୍ୱ ମୁଖ୍ୟ କେନାଲ: ଚିନ୍ତାରେ ଲେମ୍ବୁପାଳ ଗ୍ରାମବାସୀ

ଭୁଶୁଡ଼ିଲା ରେଙ୍ଗାଳୀ ବାମ ପାର୍ଶ୍ୱ ମୁଖ୍ୟ କେନାଲ: ଚିନ୍ତାରେ ଲେମ୍ବୁପାଳ ଗ୍ରାମବାସୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାମାକ୍ଷାନଗର: ଭୁଶୁଡ଼ିଲା ରେଙ୍ଗାଳୀ ବାମ ପାର୍ଶ୍ୱ ମୁଖ୍ୟ କେନାଲ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ୩ ନଂ ଡିଭିଜନ ବାଉଁଶପାଳ ପଞ୍ଚାୟତ ଅନ୍ତର୍ଗତ ଲେମ୍ବୁପାଳ ଗାଁ ନିକଟରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି। ପ୍ରଖର ଜଳସ୍ରୋତ ଯୋଗୁଁ କେନାଲର ଜଳ ଏବେ ଲେମ୍ବୁପାଳ ଗାଁ ମୁହାଁ ହୋଇଥିବା ଜଣାପଡିଛି । ଫଳରେ ୫୦ ରୁ ଅଧିକ ପରିବାର ଚିନ୍ତାରେ ରହିଛନ୍ତି । ସୂଚନା ଅନୁଯାୟୀ ,ଦୀର୍ଘଦିନ ହେବ ଲେମ୍ବୁପାଳ ଗାଁ ନିକଟରେ ଥିବା କେନାଲ ବନ୍ଧଟି ଦୁର୍ବଳ ହୋଇ ରହିଥିଲା । କେନାଲରେ ଜଳ ପତ୍ତନ ବୃଦ୍ଧି ଯୋଗୁଁ ବନ୍ଧଟି ଭାଙ୍ଗି ଯାଇଥିବା ଅନୁମାନ କରାଯାଉଛି । ତେବେ ସମ୍ପୃକ୍ତ ରେଙ୍ଗାଳୀ କେନାଲ ଡିପାର୍ଟମେଣ୍ଟର ଅଧିକାରୀ ମାନଙ୍କର ଦାୟିତ୍ୱ ହୀନତା ଯୋଗୁଁ କେନାଲ ବନ୍ଧ ଭୁଶୁଡ଼ିଥିବା ପ୍ରାୟ ନିଶ୍ଚିତ । କେବେ ବି ଅଧିକାରୀ ମାନେ କୌଣସି ରକ୍ଷଣାବେକ୍ଷଣ କିମ୍ବା ଦାୟିତ୍ୱ ନେଉ ନଥିଲେ । ରାଧେ ରାଧେରେ କେନାଲ ପାଇଁ ଆସୁଥିବା ଅର୍ଥରାଶିକୁ ହଡପ କରୁଥିଲେ । କେବଳ ଲେମ୍ବୁପାଳ ଗାଁ ନୁହେଁ ବରଂ ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲରେ ଅନେକ ସ୍ଥାନରେ ବନ୍ଧ ଗୁଡିକ ବିପଦ ସଂକୁଳ ଅବସ୍ଥାରେ ରହିଅଛି । ଏଥିପ୍ରତି ବିଭାଗର ଦୃଷ୍ଟି ନାହିଁ ।

related posts

Leave a Comment