Home Breaking News ଚିକିତ୍ସାରେ ଅବହେଳା ଅଭିଯୋଗ: ୪ କିମି ବାଟ ଚାଲିଚାଲି ଆସି ୪ଘଣ୍ଟା କାଳ ଅପେକ୍ଷାକଲେ ୭୦ବର୍ଷୀୟା ବୃଦ୍ଧା

ଚିକିତ୍ସାରେ ଅବହେଳା ଅଭିଯୋଗ: ୪ କିମି ବାଟ ଚାଲିଚାଲି ଆସି ୪ଘଣ୍ଟା କାଳ ଅପେକ୍ଷାକଲେ ୭୦ବର୍ଷୀୟା ବୃଦ୍ଧା

by Times One Odia
Share with
     
 
 
   

ଫୁଲ ବାଣୀ- (ସୁନୀଲ ପଟନାୟକ) କିଲୋମିଟର କି ଦୁଇ କିଲୋମିଟର ବି ନୁହେଁ ଗାଁରୁ ଦୀର୍ଘ ୪କିଲୋମିଟର ବାଟ ଚାଲିଚାଲି ଆସି ସେ ପୁଣି ୪ଘଣ୍ଟା ଧରି ଡ଼ାକ୍ତରଖାନା ପିଣ୍ଡା ରେ ଅପେକ୍ଷା କଲେ ବୁଦ୍ଧା ଜଣଙ୍କ।
ଡାକ୍ତର ହୁଏ ତ ଆସି ଯିବେ ଆଉ ତାଙ୍କର ଚିକିତ୍ସା କରିବେ ବୋଲି ଅନାଇ ବସିଥିଲେ, ହେଲେ ଡାକ୍ତରଙ୍କ ଦେଖା ମିଳିଲାନି ଶେଷରେ ବାଧ୍ଯ ହୋଇ ଚିକିତ୍ସା ନ କରି ନିରାଶ ହୋଇ ଫେରିଗଲେକୁ କୁଆଡେ ବୁଦ୍ଧା ଜଣଙ୍କ ବୋଲି କୁହାଯାଉଛି ।।
ଏଭଳି ଅଭାବନୀୟ ଦୃଶ୍ୟ ବୁଧବାର ଦେଖିବାକୁ ମିଳିଥିଲା କନ୍ଧମାଳ ଜିଲ୍ଲାଚକାପାଦ ବ୍କକର ବ୍ରାହ୍ମଣପାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ।
ସୂଚନାଯୋଗ୍ୟଯେ ନିକଟସ୍ଥ ବିଲୁଆପଡ଼ା ଗ୍ରାମର ସୁକାନ୍ତି ବେହେରା ନାମକ ୭୦ବର୍ଷୀୟା ବୁଦ୍ଧା ଏକାକୀ ପ୍ରାୟ ୪ କିମି ବାଟ ଚାଲି ଚାଲିଆସି
ସକାଳ୬ଟାରେ ବ୍ରାହ୍ମଣପାଦ ଡାକ୍ତରଖାନାରେ ପହଞ୍ଚିଥିଲେ। ସେତେବେଳେ ଡାକ୍ତରଖାନାରେ ଡାକ୍ତର କେହି ନଥିଲେ । ଫଳରେ ଡାକ୍ତର ଆସିବେ ଆଉ ସେ ରୋଗ ଦେଖାଇ ଔଷଧ ନେବେ ବୋଲି ଦୀର୍ଘ ୪ଘଣ୍ଟା ପାଖାପାଖି ଅପେକ୍ଷା କରିଥିବା ଅଭିଯୋଗ ହେଉଛି।
ସରକାର ଗ୍ରାମ ।ଞ୍ଚଳର ଲୋକମାନଙ୍କୁ ମାଗଣାରେ ହାତ ପାଆନ୍ତାରେ ସ୍ଵାସ୍ଥ୍ୟସେବା ଯୋଗାଇଦେବା ଲାଗି କୋଟି କୋଟି
ଟଙ୍କା ବ୍ୟୟ କରି ବିଭିନ୍ନ ସ୍ଥାନରେ ଡାକ୍ତରଖାନା
ମାନ ନିର୍ମାଣ କରିବା ସହ ଡାକ୍ତର ନିଯୁକ୍ତି ମଧ୍ୟ କରିଛନ୍ତି । ହେଲେ କେଉଁଠି ଡାକ୍ତର ପଦବୀ ଖାଲି ପଡିଛି ତ ଆଉ କେଉଁଠି ଡାକ୍ତରମାନଙ୍କ ଅବହେଳା ଓ ଦାୟୀତ୍ଵହୀନତା ଯୋଗୁଁ ଲୋକେ ଉତ୍ତମ ସ୍ୱାସ୍ଥ୍ୟ
ସେବାରୁ ବଞ୍ଚିତ ହେଉଥିବା ନଜରକୁ ଆସୁଛି ।
ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେରେ ଡାକ୍ତରମାନେ ଅନବରତ ୨୪ଘଣ୍ଟା ସ୍ୱାସ୍ଥ୍ୟସେବା ଯୋଗ।ଇଦେବାର ନିୟମ ରହିଥିଲେ ମଧ୍ୟ ରୋଗୀଙ୍କୁ ସ୍ଵାସ୍ଥ୍ୟ ସେବା ମିଳୁନଥିବା ଅଭିଯୋଗ ହେଉଛି ।
ସେହିପରି ଏହି ବ୍ଲକର ପସରା ଓ ନାରିଙ୍ଗ ଝୋଲା ଡାକ୍ତରଖାନାରେ ମଧ୍ୟ ଡାକ୍ତର ନିୟମିତ ରହୁ ନଥିବା ଅଭିଯୋଗ ହେଉଛି । ଫଳରେ ସଂପୃକ୍ତ ଅଞ୍ଚଳର ଲୋକେ ସ୍ଵାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି ।
ଏଥି ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକ ଓ ସ୍ଵାସ୍ଥ୍ୟ ସଚିବ, ମୁଖ୍ୟମନ୍ତ୍ରୀ ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି ।
ଏନେଇ ଆମେ ଡାକ୍ତରଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ମିଳିପାରିନାହିଁ।

related posts

Leave a Comment