Home Breaking News / ତାଜା ଖବର ଉପର ମୁହାଁ କରୋନା ଗ୍ରାଫ୍ : ଆଜି ଦେଶରେ ୧ ଲକ୍ଷ ୧୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ୬୩୦ ମୃତ

ଉପର ମୁହାଁ କରୋନା ଗ୍ରାଫ୍ : ଆଜି ଦେଶରେ ୧ ଲକ୍ଷ ୧୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ୬୩୦ ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦେଶରେ ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମଣ । ଆଜି ପୁଣି ଦୈନିକ କରୋନା ଆକ୍ରାନ୍ତ ଚିହ୍ନଟ ସଂଖ୍ୟାର ନୂଆ ରେକର୍ଡ । ଗତ ୨୪ ଘଣ୍ଟାରେ ଦେଶରେ ଲକ୍ଷେ ୧୫ ହଜାର ୭୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୮ ଲକ୍ଷ ୧ ହଜାର ୭୩୫ କୁ ବୃଦ୍ଧି ପାଇଛି । ସେହିପରି ୨୪ ଘଣ୍ଟାରେ ମହାମାରୀ ଭାଇରସରେ ୬୩୦ ଜଣଙ୍କ ମୃତ୍ୟୁ ଘଟିଛି । ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୬ ହଜାର ୧୭୭ କୁ ବୃଦ୍ଧି ପାଇଛି ।

ସେହିପରି ଗତ ୨୪ ଘଣ୍ଟାରେ ୫୯ ହଜାର ୮୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ବି ୮ ଲକ୍ଷରୁ ଅଧିକ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ୮ ଲକ୍ଷ ୪୬ ହଜାର ୪୩୭ ଜଣ ଚିକିତ୍ସାଧୀନ ଅଛନ୍ତି ।

related posts

Leave a Comment