Home Breaking News ଫେରାର ଥିବା ୨ଜଣ ନକଲି ପୋଲିସ ଗିରଫ

ଫେରାର ଥିବା ୨ଜଣ ନକଲି ପୋଲିସ ଗିରଫ

by Times One Odia
Share with
     
 
 
   

ଫୁଲବାଣୀ- (ସୁନୀଲ ପଟନାୟକ): ଫେର।ରଥିବା ୨ଜଣ ନ ନକଲି ପୋଲିସକୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇ ଜଣ ବାଲିଗୁଡା ଥାନା ଅନ୍ତର୍ଗତ ତମାଙ୍ଗି ଗ୍ରାମର ସିଦ୍ଧାନ୍ତ ମଲିକ, ଓ ସିନ୍ଧ୍ରିଗାଁର ସୁଦର୍ଶନ ବିନ୍ଧାଣୀ ବୋଲି ପୋଲିସ କହିଛି ।
ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ୫ରେ ବିଳମ୍ବିତ ରାତିରେ ଏମାନେ ଡକାୟତିଉଦ୍ୟମ କରୁଥିବାବେଳେ ପୋଲିସ ପେଟ୍ରୋଲିଙ୍ଗ କରୁଥିବାବେଳେ ଏହି ନକଲି ପୋଲିସକୁଧରିଥିଲା ହେଲେ ପୋଲିସ ୨ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ୩ଜଣ ଚମ୍ପଟ ମାରିଥିଲେ । ପୋଲିସ ସେତେବେଳେ ସେମାନଙ୍କ ନିକଟରୁ ଗୋଟିଏ ମାରୁତି ସୁଇଫଟକାର, ଲୁହାରଡ,ଲାଠି, ପୋଲିସ ପୋଷାକ, ବିଭିନ୍ନ ମାରଣାସ୍ତ୍ର, ପୋଲିସଟୋପି ଆଦି ଜବତ କରିଥିଲା ।
ସେମାନଙ୍କ ମଧ୍ୟରୁ ଆଜି ବାଲିଗୁଡ଼ାପୋଲିସ ୨ଜଣଙ୍କୁ ଗିରଫ କରିଛି। ତେବେ ଅନ୍ୟଜଣେ ଏବେ ମଧ୍ୟ ଫେରାର ରହିଛି । ତାକୁ ଅତି ଶିଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି ।

related posts

Leave a Comment