Home Breaking News କୂଅରୁ ମିଳିଲା ମୃତ ଦେହ

କୂଅରୁ ମିଳିଲା ମୃତ ଦେହ

by Times One Odia
Share with
     
 
 
   

ପରଜଙ୍ଗ: ପରଜଙ୍ଗ ପଞ୍ଚାୟତ ଖଣ୍ଡୁଆଳ ମୁଣ୍ଡା ଗ୍ରାମରେ ଏକ କୂଅରୁ ଏକ ମୃତଦେହ ମିଳିଥିବା ସୂଚନା ମିଳିିଛି। ଖବର ନେବାରୁ ଜଣାପଡେ ଖଣ୍ଡୁଆଲ ମୁଣ୍ଡା ଗ୍ରାମର ଯଦୁମଣି ନାୟକ ,ପିତା ହାଡିବନ୍ଧୁ ନାୟକ , ବୟସ ୪୦ ବର୍ଷ ସେ ଗତ ୩ ଦିନ ହେଲାଣି ନିଖୋଜ ଥିଲେ। ଆଜି ସକାଳୁ କୂଅରେ ପାଣି ପମ୍ପ ବସାଇବାକୁ ଗଲାବେଳେ ଭାସୁଥିବାର ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଗତନସ୍ଥଳରେ ପହଞ୍ଚି କୂଅରୁ ମୃତ ଦେହ କୁ ଉଦ୍ଧାର କଲା ପରେ ଜଣା ପଡିଲା ଯେ ଖଣ୍ଡୁଆଳ ମୁଣ୍ଡା ଗ୍ରାମର ଯଦୁମଣି ନାୟକ ବୋଲି ଜଣାପଡ଼ିଲା। ପରଜଙ୍ଗ ଥାନାରେ ଏ ନେଇ ଏକ ଅପମୃତ୍ୟୁ କେସ ରୁଜୁ କରାଯାଇ ଘଟଣାର ଅନୁସନ୍ଧାନ କରା ଯାଉଛି।

related posts

Leave a Comment