Share with
ଶଶୁରଘର ଗାଁ ନିକଟସ୍ଥ ଏକ ବିଲ ରୁ ଯୁବକକ ମୃତ ଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ ।ଏହି ଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ ଖଇରପଶି ଗ୍ରାମରେ ।ସୂଚନା ମୁତାବକ ମୃତ ଯୁବକ ଜଣକ ହେଉଛନ୍ତି ତାଳଚେର ଥାନା ହାଣ୍ଡି ଧୂଆ ଛକ ଅଞ୍ଚଳର ମିଥୁନ ବେହେରା। ମିଥୁନ ଦୁଇ ବର୍ଷ ହେବ ତାଙ୍କ ଶଶୁରଘରେ ରହି ଆସୁଥିବା ବେଳେ ଗତ କାଲି ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି ।ତେବେ ଦୁଇ ଦିନ ତଳୁ ପାରିବାରିକ ଝଗଡ଼ା ପାଇଁ ମିଥୁନ ନିଖୋଜ ଥିବା ତାଙ୍କ ପତ୍ନୀ ଅଭିଯୋଗ କରିଥିବା ବେଳେ
ଶଶୁରଘର ଲୋକ ମିଶି ତାଙ୍କୁ ହତ୍ୟା କରିଥିବା ତାଙ୍କ ମା ଥାନା ରେ ଅଭିଯୋଗ କରିଛନ୍ତି ।ଅଭିଯୋଗ ଆଧାରରେ ପୋଲିସ କେଶ୍ ରେଜିଷ୍ଟ କରିବା ସହ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ଅଧିକ ତଦନ୍ତ ଜାରି ରଖିଛି ।