Home Breaking News ଚୌଦ୍ଵାର ପୋଲିସକୁ ବଡ଼ ସଫଳତା ଡକାୟତ ଗ୍ୟାଙ୍ଗ ଗିରଫ

ଚୌଦ୍ଵାର ପୋଲିସକୁ ବଡ଼ ସଫଳତା ଡକାୟତ ଗ୍ୟାଙ୍ଗ ଗିରଫ

by Times One Odia
Share with
     
 
 
   

ଚୌଦ୍ୱାର(ଅଶୋକ କୁମାର ଦାସ):ଚୌଦ୍ଵାର ପୋଲିସ କୁ ବଡ ସଫଳତା । ଏକ ବଡ ଡକାୟତି ଯୋଜନାକୁ ପଣ୍ଡ କରିବା ସହ ଡକାୟତି ଯୋଜନା କରିଥିବା ୭ଜଣ ଅପରାଧୀ ଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏ ନେଇ ଆଜି ଚୌଦ୍ଵାର ଥାନା ରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସିପି ଅମରେନ୍ଦ୍ର ପଣ୍ଡା ଓ ଚୌଦ୍ଵାର ଥାନା ଆଇଆଇସି ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି । ସୂଚନା ମୁତାବକ ଗତ ୬ ତାରିଖରେ ମଙ୍ଗଳପୁର ବାଣିପଦା ରାସ୍ତାରେ କିଛି ବ୍ୟକ୍ତି ଏକାଠି ହୋଇ ଏକ ବଡ଼ ଧରଣର ଡକାୟତି କରିବାକୁ ଯୋଜନା କରୁଥିବା ନେଇ ଚୌଦ୍ଵାର ଥାନା ଏସାଇ ପ୍ରାର୍ଥ ପ୍ରତିମ ବେଉରା ଖବର ପାଇ ଉକ୍ତ ସ୍ଥାନରେ ପୋଲିସ ଟିମ ସହ ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଦୁଇଟି ସ୍କୁଟି , ଦୁଇଟି ବାଇକ , ଏକ ମହିନ୍ଦ୍ର ବୋଲର , ୯ ଟି ମୋବାଇଲ , ଦୁଇଟି ଲଙ୍କାଗୁଣ୍ଡ ପ୍ୟାକେଟ , ଦୁଇଟି କଟୁରି ,ଏକ ବନ୍ଧୁକ ସହ ୫ ଟି ଜୀବନ୍ତ ଗୁଳି ଜବତ କରିଛି । ସେମାନେ ହେଲେ ଦରଘା ବଜାର କଟକର ଫିରୋଜ ଖନ , କାଜିପାଟଣା ର ଲାଲ ମିର୍ଜା ବେଗ , ଟାଙ୍ଗି ସାଇଁଟୋ ଗ୍ରାମର ଇମ୍ରାନ ଖାନ , ଟାଙ୍ଗି ନାରପଡାର ଏସ କେ ଆଫ୍ରିଦ , ନିଆଳି ର ଏସ କେ ଆଝାର ଉଦିନ , କଟକ ମଙ୍ଗଳାବାଗ ର ଇଂତିହାଜ ଖାନ , କଟକ ତିନିକଣିଆ ବଗିଚାର ବି ସାୟମ । ଏହି ୭ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ବୋଲି ସୂଚନା ଦେଇଛନ୍ତି ଏସିପି ଅମରେନ୍ଦ୍ର ପଣ୍ଡା ।

related posts

Leave a Comment