Home Breaking News / ତାଜା ଖବର କରୋନା ମହାମାରି କବଳରୁ ବଞ୍ଚିତ ରହିବା ପାଇଁ ପୋଲିସ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

କରୋନା ମହାମାରି କବଳରୁ ବଞ୍ଚିତ ରହିବା ପାଇଁ ପୋଲିସ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗଞ୍ଜାମ(ଅଭିମନୁମିଶ୍ର): କରୋନାର ଦ୍ୱିତୀୟ ଲହରୀ ଦ୍ରୁତ ଗତିରେ ବଢ଼ୁଥିବାର ଦେଖି ଆଜି ଗଞ୍ଜାମଜିଲ୍ଲାର ପୋଲିସ୍ ପ୍ରଶାସନ ଲୋକମାନେ କିପରି ସଚେତନତା ପାଳନ କରିବେ ତାହାକୁ ଆଖି ଆଗରେ ରଖି ସମସ୍ତ ପୋଲିସ ଥାନାଅଧିକାରୀଙ୍କ ଜରିଆରେ ଆଜି ଏକ ରାଲି ମାଧ୍ୟମରେ ବୁଗୁଡା , ଜଗର୍ଣ୍ଣାଥପ୍ରସାଦ , ପୋଲସରା , କୋଦଳା , ଖଲିକୋଟ ଅଞ୍ଚଳର ସମସ୍ତ ବ୍ଲକ ର ବିଭିନ୍ନ ସ୍ଥାନରେ ମାସ୍କ ସଚେତନତା କାର୍ଯ୍ୟକ୍ରମ ପୋଲିସ୍ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି l ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ, ଦୋକାନ, ବଜାର,ଛକ ଓ ଵସଷ୍ଟାଣ୍ଡ ଆଦିରେ ଲୋକେ ମାସ୍କ ନପିନ୍ଧି ଏବଂ ସାମାଜିକ ଦୂରତା ନମାନି ଏକଠି ହେଉଥିବାରୁ ବିଭିର୍ଣ୍ଣ ଅଞ୍ଚଳରେ ଲୋକଙ୍କୁ ସଚେତନ କରାଇଥିଲେ l ଆସନ୍ତା କାଲି ଠାରୁ ମାସ୍କ ଓ ସାମାଜିକ ଦୂରତା ରଖିବା ଉପରେ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି କରାଯିବ ଓ ନିୟମ ଉଲଂଘନକାରି ମାନଙ୍କୁ ଜୋରିମାନା ଓ ଦଣ୍ଡ ଦିଆଯିବ ବୋଲି ସୂଚନା ମିଳିଛି l ସମସ୍ତ ପୋଲିସ କର୍ମଚାରୀଙ୍କ ମିଳିତ ଭାବରେ ଲୋକଙ୍କୁ ସଚେତନ କରାଇଥିବା ଦେଖିବାକୁ ମିଳିଥିଲା l ହେଲମେଣ୍ଟ ଓ ମାସ୍କ ପିନ୍ଧିବା ପାଇଁ ପ୍ରବର୍ତ୍ତlଇ ଥିଲେ l ଗାଡିର ଡ୍ରାଇଭର ହେଲପରମାନଙ୍କୁ ସିଟ ଅନୁଯାଇ ପାସେଞ୍ଜର ବସାଇବାକୁ, ମାସ୍କ ପରିଧାନ ଓ ପରାମର୍ସ ଦେଇଥିଲେ l

related posts

Leave a Comment