Home Breaking News / ତାଜା ଖବର ଆଙ୍କାକ୍ଷା ଜିଲ୍ଲା ଭାବରେ କନ୍ଧମାଳ ୪ର୍ଥ ସ୍ଥାନରେ

ଆଙ୍କାକ୍ଷା ଜିଲ୍ଲା ଭାବରେ କନ୍ଧମାଳ ୪ର୍ଥ ସ୍ଥାନରେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ,_(ସୁନୀଲପଟନାୟକ) ଭିତ୍ତିଭୂମିର ବିକାଶରେ କନ୍ଧମାଳ ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ ହୋଇଛି । ଏଥିରେ ଜିଲ୍ଲା ପ୍ରଶାସନର ଓ ରାଜ୍ୟ ସରକାରଙ୍କ ଯଥେଷ୍ଟ ଭୂମିକା ରହିଛି । ଫଳରେ ୨୦ ୨୧ନିତୀ ଆୟୋଗ ପକ୍ଷରୁ ଡେଲଟାରେକିଙ୍ଗ ରିପୋର୍ଟରେ ଦେଶର ଶ୍ରେଷ୍ଠ ୫ଟି ଜିଲ୍ଲା ମଧ୍ୟରେ ଓଡ଼ିଶାର କନ୍ଧମାଳ ୪ର୍ଥ ସ୍ଥାନ ହାସଲ କରିଛି । ଫଳରେ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଓ ରାଜନୈତିକ ନେତାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କସ୍ଵଛ ଶାସନ ସାଙ୍ଗକୁ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ହାତକୁ ନେବା ଫଳରେ ଭିତ୍ତିଭୂମିର ବିକାଶସମ୍ଭବ ହୋଇପାରିଛି।
ଚଳିତବର୍ଷ ଭିତ୍ତିଭୂମିର ବିକାଶ ଲାଗି ୫ ଆକାକ୍ଷାଂଜିଲା ମଧ୍ୟରେ ୪ ର୍ଥ ସ୍ଥାନ ଅଧିକାର କରିପାରିଛି । ଫଳରେ କକମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ, ମନ୍ତ୍ରୀ ପଦ୍ମନାଭ ବେହେରା, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକଚକ୍ରମଣି କହର,ଜିଉଦୟଗିରି ବିଧାୟକସାଲୁଗା ପ୍ରଧାନ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ ପ୍ରମୁଖ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ସେହିପରି କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦାଡି, ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ଵରଂଜନ ନାଏକ ପ୍ରମୁଖ କନ୍ଧମାଳ ଆକାଂକ୍ଷା ଜିଲ୍ଲା ଭାବରେ ୪ର୍ଥ ସ୍ଥାନ
ହାସଲ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।
ଏହା ପ୍ରଶାସନିକ ଅଧିକାରୀମାନଙ୍କୁ ଉତ୍ସାହିତ କରିବା ସହ ଆଗକୁ ଭଲ କାର୍ଯ୍ୟ କରିବାକୁ ମନୋବଳକୁ ସୁଦୃଢ କରିବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ନା ଏକ କହିଛନ୍ତି ।

related posts

Leave a Comment