Home Breaking News / ତାଜା ଖବର ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ୧୦ ଦିନିଆ ସ୍ପେଶାଲ ଡ୍ରାଇଭ

ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ୧୦ ଦିନିଆ ସ୍ପେଶାଲ ଡ୍ରାଇଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆସନ୍ତାକାଲି ଠାରୁ ରାଜ୍ୟରେ ଅମାନିଆଙ୍କୁ ନିସ୍ତାର ମିଳିବନି । କୋଭିଡ୍ ଗାଇଡଲାଇନ ଅନୁପାଳନ ତଦାରଖ କରିବ ପୋଲିସ ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ରୋକିବାକୁ ଆସନ୍ତାକାଲିଠୁ ସମଗ୍ର ରାଜ୍ୟରେ ୧୦ ଦିନ ସ୍ପେଶାଲ୍ ଡ୍ରାଇଭ୍ ଚାଲିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୋଲିସ ଡିଜିଙ୍କ ଟ୍ବିଟ୍‌ ଆସିଛି । କାଲିଠୁ ୧୬ ତାରିଖ ଯାଏ ସ୍ପେଶାଲ ଡ୍ରାଇଭ ଚାଲିବ । କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ ନେଇ ତଦାରଖ କରିବ ପୋଲିସ । ସମସ୍ତଙ୍କୁ ନିୟମ ମାନିବାକୁ ପୋଲିସ ଡିଜି ଅନୁରୋଧ କରିଛନ୍ତି । ଏହି ସ୍ପେଶାଲ ଡ୍ରାଇଭ ଚଲାଇବାକୁ ପୋଲିସ ଡିଜିଙ୍କୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ନିୟମକୁ କଡାକଡି ପାଳନ ପାଇଁ ରାଜ୍ୟରେ ଅଧିକ ପୋଲିସ ମୁତୟନ କରି ୧୦ ଦିନ ବ୍ୟାପି ସମଗ୍ର ରାଜ୍ୟରେ ସ୍ପେସାଲ ଡ୍ରାଇଭ ଚଲାଇବାକୁ ପିଲିସ ଡିଜିଙ୍କୁ ନିର୍ଦେଶ ଦିଆଯାଇଛି । ମାସ୍କ ଓ ସାନିଟାଇଜର ବ୍ୟବହାର ନେଇ ସମସ୍ତଙ୍କୁ ସଚେତନ କରାଯିବ।

related posts

Leave a Comment