Home Breaking News / ତାଜା ଖବର ମୃତ ଅବସ୍ଥାରେ ଉଦ୍ଧାର ହେଲେ ଶ୍ରମିକ

ମୃତ ଅବସ୍ଥାରେ ଉଦ୍ଧାର ହେଲେ ଶ୍ରମିକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାମାକ୍ଷାନଗର: କୂଅ ଖୋଲୁଥିବା ବେଳେ ଅତଡା ଖସି ଶ୍ରମିକ ଚାପି ହୋଇ ରହିବା ଘଟଣା l ପ୍ରାୟ 3 ଘଣ୍ଟା ରୁ ଉର୍ଦ୍ଧ ପରିଶ୍ରମ ପରେ ମୃତ ଅବସ୍ଥାରେ କୂଅ ଭିତରୁ ଉଦ୍ଧାର ହେଲେ ଶ୍ରମିକ ଧୂଳିଆ ମଲ୍ଲିକ l ସୂଚନା ଅନୁସାରେ କାମାକ୍ଷାନଗର ଥାନା ଆଳୁତୁମା ଗ୍ରାମର ସାରଙ୍ଗଧର ପରିଡା ଙ୍କ କୂଅ ଖୋଲାହେଉଥିଲା l ସେଥିପାଇଁ ପାଞ୍ଚ ଜଣ ଶ୍ରମିକ ନିୟୋଜିତ ଥିଲେ l ଚାରି ଜଣ ଶ୍ରମିକ କୂଅ ବାହାରେ ଥିବାବେଳେ ଧୁଳିଆ ମଲ୍ଲିକ ନାମକ ଶ୍ରମିକ କୂଅ ଭିତରେ ଥିଲେ l ସେହି ସମୟରେ ହଟାତ ମାଟି ଅତଡା ଖସି ପଡିବାରୁ ଧୁଳିଆ ମଲ୍ଲିକ କୂଅ ଭିତରେ ଚାପି ହୋଇ ରହିଥିଲେ l ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି 3ଘଣ୍ଟା ରୁ ଉର୍ଦ୍ଧ ପରିଶ୍ରମ କରି ଧୁଳିଆ ଙ୍କୁ ଉଦ୍ଧାର କରିଥିଲେ l ଉଦ୍ଧାର ହେବା ପରେ ଧୁଳିଆ ଙ୍କୁ ତୁରନ୍ତ କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରାଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏହି ଖବର ସ୍ଥାନୀୟ ଅଞ୍ଚଳ ରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିବା ବେଳେ ମୃତ ଶ୍ରମିକ ଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇବା ପାଇଁ ସାଧାରଣ ରେ ଦାବି ହେଉଛି ଲ

related posts

Leave a Comment