Home Breaking News / ତାଜା ଖବର ମଶାଣିରେ ଭୂତଙ୍କ ପାଇଁ ଚାଲିଛି ପାର୍କ ନିର୍ମାଣ

ମଶାଣିରେ ଭୂତଙ୍କ ପାଇଁ ଚାଲିଛି ପାର୍କ ନିର୍ମାଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାକଟପୁର(ପ୍ରସନ ଜେନା): ସରକାର ପଂଚାୟତ ଉନ୍ନତି କରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି, ହେଲେ ବାସ୍ତବରେ ସେ ପଂଚାୟତ ଉନ୍ନତି କରିବା ପାଇଁ ନା ଆଗାମୀ ପଂଚାୟତ ବୈତରଣୀ ପାରିହେବାପାଇଁ ଗୋଟେ ଚାଲ ବୋଲି ସାଧାରଣରେ ପ୍ରଶ୍ନ ଉଙ୍କିମାରୁଛି ମଶାଣିରେ ଭୂତ ପାଇଁ ଚାଲିଛି ପାର୍କ ନିର୍ମାଣ | ଆଜ୍ଞା ହଁ ବିଶ୍ୱାସ ନହେଲେ ମଧ୍ୟ ସତ |ଆମେ କହୁଛୁ ପୁରୀଜିଲ୍ଲା କାକଟପୁର ବ୍ଲକ ଓଥକା ପଞ୍ଚାୟତର ମଶାଣିରେ ଚାଲିଥିବା ବେଆଇନ ପାର୍କ ନିର୍ମାଣ ବିଷୟରେ |ଭଲ ଭାବେ ନଜର ପକାନ୍ତୁ ଏହି ଭିଜୁଆଲ ଉପରେ, କିଭଳି ମଶାଣି ମଧ୍ୟରେ ଚାଲିଛି ବେଆଇନ ପାର୍କ ନିର୍ମାଣ |ଟିକିଏ ଭଲ ଭାବେ ଦେଖନ୍ତୁ, କିଭଳି ସରକାରୀ ଅର୍ଥକୁ ଆତ୍ମସାତ କରିବାକୁ ବସିଛନ୍ତି ସ୍ଥାନୀୟ ସରପଞ୍ଚ ଓ କିଛି ପ୍ରସାସନିକ ଦଲାଲ |ପ୍ରକୃତରେ ଏହି ନିର୍ମାଣ ପାର୍କକୁ ଲୋକେ ଉପଭୋଗ କରିବେ ନାଁ ଭୁତ ଉପଭୋଗ କରିବେ ଯାହା ଏବେ ପ୍ରଶ୍ନବାଚୀ |ଏମିତି ଏକ ଜାଗାକୁ ପାର୍କ ନିର୍ମାଣ କରିବାକୁ କିଭଳି ଚୟନ କରିଛି ପ୍ରଶାସନ|ବିବାଦିୟ ସ୍ମଶାନ ଓ ଗୋଚର ଜାଗାକୁ କିଭଳି ଟେକିଦେଲେ ସ୍ଥାନୀୟ ତହସିଲଦାର |କେବେ ନଜର ପଡିବ ପୁରୀ ଜିଲ୍ଲାପାଳଙ୍କର |ଏହି ବେଆଇନ ପାର୍କ ନିର୍ମାଣକୁ ନେଇ ସ୍ଥାନୀୟ ଗ୍ରାମବାସୀ ମାନେ କାକଟପୁର ବ୍ଲକ ବିଡ଼ିଓଙ୍କ ସମେତ ପୁରୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ୍ୟ ଫଳାଫଳ ଶୂନ |କାହା ବଳରେ ବଳୀୟାନ ସ୍ଥାନୀୟ ସରପଞ୍ଚ |ସ୍ମଶାନ ଗୋଚର ଜମିରେ ବେଆଇନ ପାର୍କ ନିର୍ମାଣ କରିବାକୁ ସରପଞ୍ଚଙ୍କୁ କିଏ ଦେଲା ଏତେ ସାହସ |ବ୍ଲକ ର କେଉଁ କେଉଁ ବାବୁମାନେ ଏଥିରେ ସମ୍ପୃକ୍ତ |ବେଆଇନ ଭାବେ ବିଲ୍ କରେଇଦେବାକୁ କିଏ ଦେଇଛି ସତ ସାହସ | ଦେଖନ୍ତୁ ସ୍ପଷ୍ଟ ଦିବାଲୋକରେ କିଭଳି ସାଧାରଣ ଜନତାଙ୍କ ଆଖିରେ ଆଙ୍ଗୁଠି ଗେଂଜି ଲୁଟୁଛନ୍ତି | ପାର୍କ ରେ କିଭଳି ଫ୍ରି ରେ ମାଟି ପଡିବ ତା ପାଇଁ ମଧ୍ୟ୍ୟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଦେଇଛନ୍ତି ସ୍ଥାନୀୟ ସରପଞ୍ଚ | କିଛି ଦିନ ତଳେ ପ୍ରଛୀନଦିର ବିକାଶ ପାଇଁ କେନ୍ଦ୍ର ଦେଇଥିବା 3 କୋଟି ଟଙ୍କା ଫେରି ଯାଉଛି ହେଲେ,ଭଲ ଭାବେ ଦେଖନ୍ତୁ ପ୍ରାଚୀ ନଦୀର ନଦୀବନ୍ଦ କୂଳକୁ,କିଭଳି ଜେସିବ ଲଗାଇ ନଦୀବନ୍ଦ କ୍ଷୟ କରି ସହ ସହ ଟ୍ରିପ ମାଟି ନେଇ ଏହି ବେଆଇନ ପାର୍କରେ ଲଗାଇଛନ୍ତି |ରାଜ୍ୟ ସରକାର ନଦୀବନ୍ଦ ସୁରକ୍ଷା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଏଠି କିନ୍ତୁ ସରପଞ୍ଚ ଓ ପ୍ରଶାସନିକ ଅଧିକାରୀଙ୍କ ଶଲା ସୁତୁରାରେ କିଭଳି ହେଉଛି ମାଟିଚୋରି |କାହା ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ବେଆଇନ ପାର୍କ ନିର୍ମାଣ ଚାଲିଛି |ଲୋକଙ୍କ ସ୍ୱାର୍ଥ ପାଇଁ, ନାଁ ଭୁତଙ୍କ ସ୍ୱାର୍ଥ ପାଇଁ,ନାଁ ଦଲାଲ କୁଜିନେତାଙ୍କ ସ୍ୱାର୍ଥ ପାଇଁ |ଓଥକା ସରପଞ୍ଚଙ୍କ ସମେତ ତାଙ୍କର କିଛି କୁଜି ସହଯୋଗୀ ଓ ପ୍ରଶାସନିକ କେତେକ ଅଧିକାରୀଙ୍କ ମିଲି ଭଗତରେ ମଶାଣିରେ ପାର୍କ କରି ଲୁଟିବାକୁ ବସିଛନ୍ତି ଲକ୍ଷ ଲକ୍ଷ ଟଙ୍କା |ଖାଲି ଏତିକି ନୁହେଁ ମାଟି କିଣିବାକୁ ପଡ଼ିବନି ବୋଲି ପ୍ରାଚୀ ନଦୀର ନଦୀବନ୍ଧକୁ ବି ଛାଡିନାହାନ୍ତି | ମନରେଗା କାମକୁ ମେସିନୀ କରୁଥିବାର ନଜର ରହିଛି l ଓଥକା ପଞ୍ଚାୟତ ରେ ବଡ଼ବଡ଼ ପଡିଆ ଥିବା ବେଳେ ସରପଞ୍ଚ ତାଙ୍କ ଗ୍ରାମରେ କରିବା ଏକ ରାଜନୀତି ର ଖିଆ ପରି ଲାଗୁଛି l
ବିକାଶ ନାଁରେ ଗୋଚର ରେ ପ୍ରୋଜେକଟ କରି ଗୋରୁ ବଂଶ କୁ ଲୋପ କରିବାକୁ ବସିଥିବା କିଛି ଲୋକ ଅଭିଯୋଗ କରିଛନ୍ତି lଖାଲି ଦେଖିବାକୁ ବାକି ଅଛି କେବେ ସମ୍ପୃକ୍ତ ବେକ୍ତିଙ୍କ ବିରୁଦ୍ଧରେ ଜିଲ୍ଲାପାଳ କାଯ୍ୟନୁଷ୍ଠାନ ନେଉଛନ୍ତି ଏବଂ ଏହି ବେଆଇନ ପାର୍କ ନିର୍ମାଣ ବନ୍ଦ ହେଉଛି |

related posts

Leave a Comment