Home Breaking News / ତାଜା ଖବର ତାରାତାରିଣୀଙ୍କ ଚୈତ୍ର ଯାତ୍ରାର ଦ୍ୱିତୀୟ ମଙ୍ଗଳବାର

ତାରାତାରିଣୀଙ୍କ ଚୈତ୍ର ଯାତ୍ରାର ଦ୍ୱିତୀୟ ମଙ୍ଗଳବାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମାଁ ତାରାତାରିଣୀଙ୍କ ଚୈତ୍ର ଯାତ୍ରାର ଆଜି ଦ୍ବିତୀୟ ମଙ୍ଗଳବାର। କୋରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ଥର ମାନସିକଧାରୀଙ୍କ ମୁଣ୍ଡନ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି। ଯାହାଲଳରେ ଭକ୍ତଙ୍କ ମଧ୍ୟରେ ନିରାଶ ଦେଖିବାକୁ ମିଳିଛି । ଆଜି ସକାଳୁ ମାଙ୍କୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। କୋରୋନା କଟକଣାକୁ ପାଳନ କରି କିଭଳି ଭାବେ ଭକ୍ତ ମାନେ ମାଁଙ୍କୁ ଦର୍ଶନ କରିପାରିବେ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିଲା। ମାଁଙ୍କ ମନ୍ଦିର ତଳେ ଗତ ସପ୍ତାହରେ ମୁଣ୍ଡନ କାର୍ଯ୍ୟକ୍ରମ ହୋଇଥିବା ବେଳେ ଚଳିତ ସପ୍ତାହରେ ଏହାକୁ ବନ୍ଦ କରାଯାଇଛି। ତେଣୁ ମାଁଙ୍କ ଦର୍ଶନ କରିବା ନିମନ୍ତେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା। ମନ୍ଦିର ଯିବା ପୂର୍ବରୁ ସମସ୍ତ ଭକ୍ତ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଥିଲା। ଭିଡକୁ ନିୟନ୍ତ୍ରଣ କରିବା ନିମନ୍ତେ ପୋଲିସ ପକ୍ଷରୁ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

related posts

Leave a Comment