Home Breaking News / ତାଜା ଖବର ଅଟିକିଲା ରାମ ସେତୁ ସୁଟିଂ: ଫିଲ୍ମର ପ୍ରାୟ ୪୫ କଳାକାର କରୋନା ପଜିଟିଭ୍ ଚିହ୍ନଟ

ଅଟିକିଲା ରାମ ସେତୁ ସୁଟିଂ: ଫିଲ୍ମର ପ୍ରାୟ ୪୫ କଳାକାର କରୋନା ପଜିଟିଭ୍ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫିଲ୍ମ ରାମ ସେତୁକୁ ବଡ ଝଟକା । ଫିଲ୍ମର ମୁଖ୍ୟ ହିରୋ ଅକ୍ଷୟ କୁମାର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ , ଫିଲ୍ମର ସୁଟିଂ ସେଟରୁ ୪୦ରୁ ଅଧିକ କଳାକାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅକ୍ଷୟ କୁମାର କୋଭିଡ୍‌ ପଜିଟିଭ୍‌ ଜଣାପଡ଼ିବା ପରେ ଡାକ୍ତରଖାନାରେ ଭର୍ତ୍ତି ହେବା ସମୟରେ ଏହି ଖବର ଆସଛି । କୋରୋନା ଭାଇରସ୍‌ ପରୀକ୍ଷାରେ ‘ପଜିଟିଭ୍‌’ ଆସିଛନ୍ତି ବୋଲି ରବିବାର ଦିନ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିବା ଅଭିନେତା ଅକ୍ଷୟ କୁମାର ସମ୍ପ୍ରତି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପୂର୍ବରୁ ଇନ୍‌ଷ୍ଟାଗ୍ରାମ୍‌ରେ ଅକ୍ଷୟ କୁମାର ଲେଖିଥିଲେ, ସମସ୍ତଙ୍କୁ ଜଣାଇ ଦେବାକୁ ଚାହେଁ ଯେ, କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା କଥା ମୁଁ ଆଜି ସକାଳେ ଜାଣିଲି। ସବୁ ନୀତିନିୟମ ମାନି ତୁରନ୍ତ ପୃଥକ୍‌ବାସ ଆରମ୍ଭ କରିଛି। ଗୃହ ସଂଘରୋଧରେ ଥାଇ ଡାକ୍ତରୀ ପରାମର୍ଶ ଲୋଡ଼ିଛି। ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ଅନୁରୋଧ କରୁଛି, ସେମାନେ ନିଜ ନିଜର ନମୁନା ପରୀକ୍ଷା କରାଇ ନିଅନ୍ତୁ।

related posts

Leave a Comment