Home Breaking News / ତାଜା ଖବର ଭାରତରୁ ଧଳା ଚିନି ଓ କପା ଆମଦାନୀ କରିବାକୁ ଗ୍ରୀନ୍ ସିଗନାଲ ଦେଲା ପାକିସ୍ତାନ

ଭାରତରୁ ଧଳା ଚିନି ଓ କପା ଆମଦାନୀ କରିବାକୁ ଗ୍ରୀନ୍ ସିଗନାଲ ଦେଲା ପାକିସ୍ତାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭାରତ ପାକିସ୍ତାନ ମଧ୍ୟରେ ବିବାଦ ତୁଟିଞି । ଏହା ଭିତରେ ସୀମା ପାର ବାଣିଜ୍ୟ କାରବାର ନେଇ ଆଶା ଦେଖୁଛି ପାକିସ୍ତାନ । ଗତ ବୁଧବାର ପାକିସ୍ତାନ ଦେଶର ଘରୋଇ କ୍ଷେତ୍ରକୁ ଭାରତରୁ ଆମଦାନୀ କରିବାକୁ ଅନୁମତି ପ୍ରଦାନ କରିଛି । ଭାରତରୁ ଧଳାଚିନି ଓ କପା ଆମଦାନୀ କରିବାକୁ ପାକିସ୍ତାନ ସରକାର ଆଶା ପ୍ରକଟ କରିଛନ୍ତି । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୈତିକ ସଂପର୍କରେ ସୁଧାର ଆସିବା ସମ୍ଭାବନା ଦେଖା ଦେଇଛି । ପାକିସ୍ତାନ ଭାରତରୁ ଧଳା ଚିନି ଓ କପା ଆମଦାନୀ କରିବାକୁ ଏହାର ଘରୋଇ ଶିଳ୍ପ ସଂସ୍ଥା ଗୁଡିକୁ ଅନୁମତି ଦେବା ପରେ , ଭାରତ ଓ ପାକିସ୍ତାନ ମଧ୍ୟରେ ଆଗକୁ ବାଣିଜ୍ୟ ସଂପର୍କରେ ସୁଧାର ଆସିବା ନେଇ ପାକିସ୍ତାନ ଇଛୁକ ଥିବା ମନେ କରାଯାଉଛି । ପାକିସ୍ତାନର ଶୀର୍ଷ ଅର୍ଥନୈତିକ ସଂସ୍ଥା ଭାରତରୁ ଧଳା ଚିନି ଓ କପା ଆମଦାନୀକୁ ଏହାର ଘରୋଇ କ୍ଷେତ୍ରକୁ ଅନୁମତି ପ୍ରଦାନ କରିଥିବା ଜାତୀୟ ଖବର ସରବରାହ ସଂସ୍ଥା ରଏଟର ପକ୍ଷରୁ ସୂଚନା ଆସିଛି । ଏପରି ଖବର ଆସିବା ପରେ , କମ୍ ମୂଲ୍ୟରେ ଦିଆଯାଉଥିବା ଭାରତୀୟ ଚିନି ଓ କପା କିଣିବା ପାଇଁ ପାକିସ୍ତାନୀ କ୍ରେତା ଏବେ ଅନୁସନ୍ଧାନ ଆରମ୍ଭ କରିଦେଇଛନ୍ତି ।
ରମଜାନ୍ ଆଗରୁ ଭାରତରେ ଚିନିର ମୂଲ୍ୟ ହ୍ରାସ ପାଉଥିବା ବେଳେ, ପାକିସ୍ତାନରେ ଏହାର ମୂଲ୍ୟ ବେଶ୍ ବଢିବାରେ ଲାଗିଛି । ଏପରି ସମୟରେ ପଡୋଶୀ ରାଷ୍ଟ୍ର ଭାରତ ଠାରୁ ଚିନି ଓ କପା ଆମଦାନୀ କରି ଠପ୍ ହୋଇଯାଇଥିବା ବାଣିଜ୍ୟ କାରବାରକୁ ପୁଣି ଜୀବନ୍ତ କରିବାକୁ ଯୋଜନା କରୁଛି ପାକିସ୍ତାନ । ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଜାମ୍ମୁକାଶ୍ମୀରକୁ ମିଳିଥିଲା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା । ଭାରତ ସରକାରଙ୍କ ଏହି ପଦ କ୍ଷେପ ପରଠାରୁ ବିଚଳିତ ହୋଇ ଉଠିଥିଲା ପାକିସ୍ତାନ । ଏହା ପରଠାରୁ ଭାରତ ସହିତ ସମସ୍ତ ବାଣିଜ୍ୟ ସଂପର୍କ ବନ୍ଦ କରିଦେଇଥିଲା ପାକିସ୍ତାନ । ବର୍ତମାନ ପୁଣି ଥରେ ବାଣିଜ୍ୟ ସଂପର୍କ ଖୋଲିବାକୁ ହଠାତ୍ ଆଗ୍ରହ ପ୍ରକାଶ କରିଛି । ଏଫଏଟିଏଫ୍ ଦ୍ୱାରା ଲାଗୁ ହୋଇଥିବା ଅଙ୍କୁଶ ପାକିସ୍ତାନ ଉପରୁ ହଟିନି । ଏପରି ସମୟରେ ଭାରତ ସହିତ ବାଣିଜ୍ୟ ସଂପର୍କ ସୁଧାରି , ପାକିସ୍ତାନ ସାରା ବିଶ୍ୱ ନଜରରେ ନିଜର ଭାବମୂର୍ତି ସୁଧ

related posts

Leave a Comment