Home Breaking News ପରଲୋକରେ ତାଂଜାନିଆର ରାଷ୍ଟ୍ରପତି ଜନ୍ ମଗୁଫୁଲୀ

ପରଲୋକରେ ତାଂଜାନିଆର ରାଷ୍ଟ୍ରପତି ଜନ୍ ମଗୁଫୁଲୀ

by Times One Odia
Share with
     
 
 
   

ତାଂଜାନିଆର ରାଷ୍ଟ୍ରପତି ମଗୁଫୁଲୀଙ୍କ ପରଲୋକ । ୬୧ ବର୍ଷ ବୟସରେ ତାଙ୍କର ନିଧନ ହୋଇଯାଇଛି । ତାଂଜାନିଆର ଉପରାଷ୍ଟ୍ରପତି ସାମିୟା ସୁଲୁହୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ମଗୁଫୁଲୀଙ୍କୁ କରୋନା ହୋଇଥିବା ନେଇ ଆଶଙ୍କା କରାଯାଉଥିଲା । କିନ୍ତୁ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ।
ମଗୁଫୁଲୀ ସଣ୍ଡେ ଚର୍ଚ୍ଚ ସର୍ଭି ସମୟରେ ସବୁବେଳେ ସକ୍ରିୟ ଅଂଶଗ୍ରହଣ କରୁଥିଲେ । କିନ୍ତୁ ଫେବ୍ରୁଆରୀ ୨୭ ତାରିଖ ପରେ ସେ ସର୍ବସାଧାରଣ କାର୍ଯ୍ୟକ୍ରମରେ ଦେଖାଯାଇ ନଥିଲେ । ଆଲୋଚନା ହେଉଥିଲା ଯେ, ରୋଗୀରେ ପୀଡ଼ିତ ଅଥବା ବିଦେଶରେ ଚିକିତ୍ସିତ ହେଉଛନ୍ତି । ମଗୁଫୁଲୀ ୧୯୯୫ରେ ସଂସଦର ସସସ୍ୟ ହୋଇଥିଲେ । ୨୦୧୦ରେ ତାଂଜାନିଆରେ ପରିବହନ ମନ୍ତ୍ରୀ ଭାବେ ଦ୍ୱିତୀୟ ଥର ନିଯୁକ୍ତ ହେବା ପରେ ତାଙ୍କର ଲୋକପ୍ରିୟତା ବଢ଼ିଯାଇଥିଲା । ତାଙ୍କର ଆକ୍ରମଣାତ୍ମକ ନେତୃତ୍ୱ ଓ ସଡ଼କ ନିର୍ମାଣ ଶିଳ୍ପରେ ଦୁର୍ନୀତି ବିରୋଧରେ ଲଢ଼ାଇ କରି ସେ ଚର୍ଚ୍ଚାକୁ ଆସିଥିଲେ । ଏହି କାରଣରୁ ତାଙ୍କୁ ବୁଲଡୋଜର କୁହାଯାଉଥିଲା । ସେ ୨୦୧୫ରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭାବେ ନିଯୁକ୍ତ ହୋଇଥିଲେ । ଏହା ପରେ ୨୦୨୦ରେ ତାଙ୍କୁ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ଭାବେ ଚୟନ କରାଯାଇଥିଲା ।

related posts

Leave a Comment