Home Breaking News ଦାବି ପୂରଣ ନ ହେଲେ ଛତିଶଗଡରେ ମିଶିଯିବୁ

ଦାବି ପୂରଣ ନ ହେଲେ ଛତିଶଗଡରେ ମିଶିଯିବୁ

by Times One Odia
Share with
     
 
 
   

କୋମନା(ମିଥୁନ ସାଗର ଦୁରିଆ): ଓଡିଶା ସରକାର ବିକାଶ ର କଥା ସବୁବେଳେ କୁହେ, ଆପଣା ପ୍ରସଂଶା ନିଜେ କରେ କିନ୍ତୁ ଯେଉଁ ବିକାଶ ର କଥା ସରକାର କହୁଛି ତାହାର ସତ୍ୟାସତ୍ୟ କେତେ? ଏବେ ମଧ୍ୟ ଅନେକ ଗାଁ ଅଛି ଯେଉଁଠି କୌଣସି ପ୍ରକାର ମୌଳିକ ସୁବିଧା ମିଳୁନାହିଁ l

ଦଶଦିନ ଭିତରେ ଦାବି ପୂରଣ ନ ହେଲେ ଓଡିଶା ଛାଡି ଛତିଶଗଡ଼ ରେ ମିଶିଯିବୁ ବୋଲି ଚେତାବନୀ ଦେଇଛନ୍ତି ନୂଆପଡା ଜିଲ୍ଲା କୋମନା ବ୍ଲକ, ସୁନାବେଡା ଅଭୟରଣ୍ୟ ରେ ବସବାସ କରୁଥିବା ଅଧିବାସୀ ମାନେ…ବଣ ଜଙ୍ଗଲ ରେ ବସବାସ କରୁଥିବା ଏବଂ ଜଙ୍ଗଲ କୁ ନିର୍ଭର କରି ବଂଚୁଥିବା ନିରୀହ ଆଦିବାସୀ ମାନେ ବର୍ତ୍ତମାନ ମଧ୍ୟ ମୌଳିକ ସୁବିଧାରୁ ବଂଚିତ ନିଜ ଅଧିକାର କୁ ସାବ୍ୟସ୍ତ କରିବା ପାଇଁ ଏବଂ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧା ପାଇଁ ପ୍ରଶାସନ ଏବଂ ସରକାର ଙ୍କ ବିରୋଧରେ ନେଇଛନ୍ତି ଚରମ ନିଷ୍ପତି l

ସେମାନଙ୍କ ଅଭିଯୋଗ ଯେ ସ୍ୱାଧୀନତାର ଏତେ ବର୍ଷ ବିତିଯାଇଥିଲେ ହେଁ ସେମାନେ ବର୍ତ୍ତମାନ ମଧ୍ୟ ସ୍ଵାସ୍ଥ୍ୟ, ପାଣି, ବିଜୁଳି, ଶିକ୍ଷା, ଗମନାଗମନ ଭଳି ମୌଳିକ ସୁବିଧାରୁ ବଂଚିତ, ସେମାନଙ୍କ ପାଇଁ ନା ତ ଯାତାୟାତ ପାଇଁ ଭଲ ରାସ୍ତା ଅଛି ନା ତ ପିଇବା ପାଇଁ ବିଶୁଦ୍ଧ ପାଣି ମିଳି ପାରୁଛି, ନା ତ ସ୍ୱାସ୍ଥ୍ୟ ସେବା ସେଠାରେ ଉପଲବ୍ଧ ନା ଶିକ୍ଷା ପାଇଁ କୌଣସି ବ୍ୟବସ୍ଥା…. ଏମିତି 12 ଗୋଟି ତାଙ୍କର ମୁଖ୍ୟ ଦାବି ରହିଅଛି ଯାହା 10 ଦିନ ମଧ୍ୟରେ ପୂର୍ଣ୍ଣ ନ ହେଲେ ସେମାନେ ଛତିଶଗଡ଼ ରେ ମିଶିଯିବେ ବୋଲି ପ୍ରଶସନ ଏବଂ ସରକାରଙ୍କୁ କୁ ଚେତାବନୀ ଦେଇଛନ୍ତି…

ସୁନାବେଡା ଅଭୟରଣ୍ୟ ରେ ସହ ସହ ସଂଖ୍ୟା ରେ ଏକତ୍ରିତ ଭାବରେ ସେଠାକାର ଅଧିବାସୀ ମାନେ ଏହି ନିଷ୍ପତି ନେଇଛନ୍ତି,
ଏ ଘଟଣା ବିଷୟ ରେ ପ୍ରଶାସନ ଜାଣିବା ପରେ ତତ୍ପରତା ଦେଖାଦେଇଛି, ନୂଆପଡା ଜିଲ୍ଲାପାଳ ଘଟଣା ର ସତ୍ୟାସତ୍ୟ ଅନୁଧ୍ୟାନ ପାଇଁ କୋମନା BDO, କୋମନା ତହସିଲଦାର, DEO ନୂଆପଡା,CDMO,DRDA PD, ଜାଲଛାୟା ପ୍ରକଳ୍ପ ନିର୍ଦେଶକ ,ସୁନାବେଡା ଅଭୟାରଣ୍ୟ DFO, ଜଳ ଓ ପରିମଳ ମିଶନ ନିର୍ବାହୀ ଯନ୍ତ୍ରୀ, ନୂଆପଡା ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ, CDBA ସ୍ୱତନ୍ତ୍ର ଅଧିକାରୀ, DSWO, DPO ଙ୍କୁ ଚିଠି କରି ତୁରନ୍ତ ରିପୋର୍ଟ ଦେବା ପାଇଁ ଆଦେଶ କରିଛନ୍ତି

related posts

Leave a Comment