ଗଂଜାମ(ପ୍ରଦ୍ୟୁମ୍ନ ପାତ୍ର): ଉତ୍ତର ଘୁମୁସର ବନଖଣ୍ଡ ଅଧୀନ କେନ୍ଦ୍ରୀୟ ବନାଞ୍ଚଳର ବଡ଼କୋଦଣ୍ଡା ଚାପଡା ପଲ୍ଲୀ ଗ୍ରାମରେ ଆଜି ଜଣେ ଜଙ୍ଗଲି ବାରହା ମାଂସ କାଟୁଥିବ ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ସେଠାରେ ଚଢଉ କରିଥିଲେ। ଡ଼ିଏଫ୍ଓ ଅଭୟ କୁମାର ଦଳାଇଙ୍କ ନିଣର୍ଦ୍ଦେଶ କ୍ରମେ ବନ ବିଭାଗ କର୍ମଚାରୀ ମାନେ ଚଢଉ କରି କଟା ମାଂସ ସହ ଅଭିଯୁକ୍ତକୁ ଗିରଫ କରି କେନ୍ଦ୍ରୀୟ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ। ଜଙ୍ଗଲ ଜନ୍ତୁ ମାରିବା ଅଭିଯୋଗରେ ଭଞ୍ଜନଗର ଅଞ୍ଚଳର ଏସ୍.ପବନକୁ ବନ ବିଭାଗ ଗରିଫ କରିଥିବା କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି। ଏଥିସହ ପବନ ଠାରୁ ପ୍ରାୟ ୨୬ କେଜି ବାରହା ମାଂସ ଜବତ କରିବା ସହ ଛାଲ,ମୁଣ୍ଡ ଏବଂ କାଟିବାରେ ବ୍ୟବହୃତ କତୁରୀକୁ ବନ ବିଭାଗ କର୍ମଚାରୀ ମାନେ ଜବତ କରିଛନ୍ତି। ତେବେ ଏହି ମାଂସ ନିକଟସ୍ଥ ରାଜକୁଣ୍ଡରୁ ଜଣେ ଶିକାରୀ ଠାରୁ କିଣି ଆଣିଥିବା ଅଭିଯୁକ୍ତ ଜଣକ ବନ ବିଭାଗକୁ କହିଥିବା ବେଳେ କାହା ଠାରୁ ଆଣିଛି ତାହା ସ୍ପଷ୍ଟ ହୋଇ ପାରିନାହିଁ। ଏନେଇ ବନ ବିଭାଗ ପକ୍ଷରୁ ୫୨୦/୨୧ରେ ଏକ ମାମଲା ରୁଜୁ କରାଯାଇଥିବା ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଏହି ଚଢଉରେ ଭଞ୍ଜନଗର ବନପାଳ ଶଙ୍କର ଗୌଡ,ଲାଠିପଡା ବନପାଳ ଅନୀଲ କୁମାର ପଣ୍ଡା,ବନରଖୀ ପ୍ରଦିପ କୁମାର ବେହେରା,ଧର୍ନୁଧର ବେହେରା,ପୁରୁଷୋତ୍ତମ ପ୍ରଧାନ,ସାରଙ୍ଗଧର ଦିୁହଡି ପ୍ରମୁଖ ସାମିଲ ହୋଇଥିହଲେ ।
କଟା ବାରହା ମାଂସ ସହ ଅଭିଯୁକ୍ତ ଗିରଫ
Share with
previous post