Share with
ଆଠଗଡ(ସୌମ୍ୟ ରଞ୍ଜନ ରଥ): ଆଠଗଡ ଉପଖଣ୍ଡର ଖୁଣ୍ଟୁଣୀ ଟ୍ରକ ମାଲିକ ସଂଘର ନୂତନ କାର୍ଯ୍ୟାଳୟର ଶୁଭ ଉଦଘାଟନ ହୋଇଯାଇଛି । ଏହି ଅବସରରେ ନୂତନ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହ ମଧ୍ୟରେ ସଂଘର ସଭାପତି ମନୋଜ କୁମାର ମିଶ୍ରଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ରାଜ୍ୟର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା , ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଙ୍କ ସହ ରାଜ୍ୟ ଟ୍ରକ ମାଲିକ ସଂଘ ସଭାପତି , ସଂପାଦକ ଯୋଗଦେଇଥିଲେ । ଏହି ସଭାରେ ଟ୍ରକ ମାଲିକଙ୍କ ପକ୍ଷରୁ ଅନେକ ସମସ୍ୟା ସଂପର୍କରେ ପରିବହନ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା , ଖୁବ୍ ଶିଘ୍ର ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି