Home Breaking News ବନବିଭାଗ ଓ କାଠ ମାଫିଆଙ୍କ ବିରୋଧରେ ପଦଯାତ୍ରା ଓ ତହସିଲ ଅଫିସ ଘେରାଉ

ବନବିଭାଗ ଓ କାଠ ମାଫିଆଙ୍କ ବିରୋଧରେ ପଦଯାତ୍ରା ଓ ତହସିଲ ଅଫିସ ଘେରାଉ

by Times One Odia
Share with
     
 
 
   

କୋକସରା(ଦେବେନ୍ଦ୍ର ସାଗର): କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ ପଢୁ ଚାଷ ଆଲରେ ଜଙ୍ଗଳକୁ ନିଆଁ ଲଗାଇ ଜଙ୍ଗଲ ଧ୍ୱଂସ କରୁଛନ୍ତି ଓ କାଠ ମାଫିଆ ମନେ ଗଛ ହାଣି ଜଙ୍ଗଲ କୁ ପଦା କରି ନଷ୍ଟ କରିଦେଉଛନ୍ତି ସେଥିପାଇଁ ଏହାର ପ୍ରତିବାଦ ରେ ଜଙ୍ଗଲ ସୁରକ୍ଷା ସମିତି ପକ୍ଷରୁ କାଉଡୋଳା ଠାରୁ କୋକସରା ପର୍ଯ୍ୟନ୍ତ ସଚେତନ ପଦଯାତ୍ରା କରାଯାଇ ତହସିଲ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି ସାହାଜଖୋଲ ସୁରକ୍ଷ୍ୟା ସମିତି l 12720 ହେକ୍ଟର ପରିମିତ ସାହାଜଖୋଲ ଜଙ୍ଗଲ ମାଫିଆ ଙ୍କ ଲୋଲୁପ ଦୃଷ୍ଟି ଯୋଗୁ ମୂଲ୍ୟବାନ ଗଛ ସବୁ କଟାହୋଇ ଅସ୍ତିତ୍ୱ ହରାଇବାକୁ ବସିଲାଣି l କୋକସରା ବ୍ଲକ ର ଆମପାଣି,ଡୁଡୁକାଠେଙ୍ଗା,ମହିମା,ବଡ଼ପୋଡାଗୁଡା,ବରାଡ଼ଙ୍ଗା ଆଦି ପଞ୍ଚାୟତ ର ଆଦିବାସୀ ମାନେ ଏହି ଜଙ୍ଗଲ ଉପରେ ପେଟ ପାଟଣାର ନିର୍ଭର କରିଥାନ୍ତି କିନ୍ତୁ ଏବେ ଜଙ୍ଗଲରେ ନିଆଁ ଲାଗି ଓ କାଠ ମାଫିଆ ମନେ ଗଛ କାଟି ଜଙ୍ଗଳକୁ ନଷ୍ଟ ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ଜନ୍ତୁ l ସରକାର ଜଙ୍ଗଳକୁ ସୁରକ୍ଷା ନ କଲେ ଆଗାମୀ ଦିନରେ ଭୟବହ ଆନ୍ଦୋଳନ ହେବ ହେବ ବୋଲି ଜଙ୍ଗଲ ସୁରକ୍ଷା ସମିତିର ଆବାହକ ଲଷ୍ମୀ କାନ୍ତ ବାଗ ଙ୍କ ଚେତାବନୀ । ସାହାଜ ଖୋଲ ସୁରକ୍ଷା ସମିତିର ସଭାପତି ଭଜମନ ନାଏକ ହେମାଙ୍ଗିନି ହଂସ ,ମଧୁବନ ପାତ୍ର , ଜନେକ ନାଏକ, ସତ୍ୟ ଚଳାନ, ଜେମାମଣି ନାଏକ,ମୁକ୍ତା ନାଏକ ପ୍ରମୁଖ ପଦଯାତ୍ରା ରେ ସାମିଲ ହୋଇଥିଲା lବନବିଭାଗ ଓ କାଠ ମାଫିଆ ଙ୍କ ବିରୋଧରେ ପଦଯାତ୍ରା ଓ ତହସିଲ ଅଫିସ ଘେରାଭ ।

related posts

Leave a Comment