Home Breaking News ବନ୍ଧୁକ ମୁନରେ ଲୁଟିନେଲେ ୨୧ ଲକ୍ଷ

ବନ୍ଧୁକ ମୁନରେ ଲୁଟିନେଲେ ୨୧ ଲକ୍ଷ

by Times One Odia
Share with
     
 
 
   

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଚାଞ୍ଚଲ୍ୟ । ବନ୍ଧୁକ ମୁନରେ ଲୁଟିନେଲେ ୨୧ ଲକ୍ଷ ଟଙ୍କା । ଏଟିଏମରେ ଭର୍ତ୍ତି ପାଇଁ ଟଙ୍କା ଧରି ଯିବାବେଳେ ଅଘଟଣ । ଧର୍ମଶାଳା ଫାଣ୍ଡିରୁ ଦେଢ କିମି ଦୁର ବାଘଲପୁର ଗାଁ ନିକଟରେ ଘଟିଛି ଘଟଣା । ସୁବର୍ଣ୍ଣପୁର ବରୋଦା ବ୍ୟାଙ୍କରୁ ସୁଧାଂଶୁ ପଧାନ ଓ ସନିଲ ମହାରଣା ୨୧ ଲକ୍ଷ ଟଙ୍କା ଧରି ଉଲୁଣ୍ଡା ଏଟିଏମକୁ ଭର୍ତ୍ତି କରିବା ପାଇଁ ଯାଉଥିଲେ । ଜଣଙ୍କ ବ୍ୟାଗରେ ୧୧ ଲକ୍ଷ ଟଙ୍କା ଥିବାବେଳେ ଆଉ ଗୋଟିଏ ବ୍ୟାଗରେ ୧୦ ଲକ୍ଷ ଟଙ୍କା ଥିଲା । ଉଭୟେ ବାଘଲପୁର ଗାଁ ପାର ହେଲା ପରେ ୬ ଜଣ ଡକାୟତ ୩ ଟି ବାଇକରେ ଆସିଥିଲେ । ପ୍ରଥମେ ସୁଧାଂଶୁଙ୍କ ବାଇକୁ ଧକ୍କା ମାରି ପକାଇ ଦେଇଥିଲେ । ପରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଉଭୟଙ୍କ ବ୍ୟାଗ ଛଡାଇ ନେଇଥିବା ସୁଧାଂଶୁ କହିଛନ୍ତି । ଏନେଇ ଧର୍ମଶାଳା ଫାଣ୍ଡିକୁ ଆସି ଅଭିଯୋଗ କରିଛନ୍ତି ସୁଧାଂଶୁ । ଡକାୟତ ଦଳ ଗୋଟିଏ ନମ୍ବର ବିହିନ ଗାଡି ଘଟଣା ସ୍ଥଳରେ ଛାଡି ଦେଇଥିବାବେଳେ ଗାଡିକୁ ପୋଲିସ ଜବତ କରିଛି । ଘଟଣା ସ୍ଥଳରେ ଅତିରିକ୍ତ ଆରକ୍ଷି ଅଧିଛକ ପହଂଚି ଛାନଭିନ ଆରମ୍ଭ କରିଛି ।

related posts

Leave a Comment