Share with
ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଖମ୍ବେଶ୍ୱରୀପାଲିରେ ଅଭାବନିୟ ଘଟଣା ।ଅଜଣା ଗାଡି ଧକ୍କା ରେ ନବାଳର ମୃତ୍ୟୁ ହୋଇଛି ।ଗାଁ ଦାଣ୍ଡ ରେ ଖେଲୁଥିବା ବେଳେ ନାବାଳକକୁ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ମାରିଛି ।ମୃତ କଙ୍କ ନା ମିଳନ ବେହେରା ବୟସ 7 ବର୍ଷ ।ସୁବଲୟା ଥାନା କୁଞ୍ଜାମହୁଲ ଗାଁର ଅରୁନ ବେହେରା ତାଙ୍କ ପରିବାର ଖମ୍ବେଶ୍ୱରୀପାଲି କୁ ସପରିବାର ବାହାଘର କୁ ଆସିଥିଲେ ।କିନ୍ତୁ ମିଳନ ଗାଁ ଦାଣ୍ଡ ରେ ଖେଳୁ ଥିଲା ବେଳେ ତାକୁ ଅଜଣା ଗାଡି ଧକ୍କା ଦେଇଥିଲା ।ପରିବାର ଲୋକେ ନାବାଳକ ମିଳନଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ସୁବର୍ଣ୍ଣପୁର ଜିଲ୍ଲା ଡାକ୍ତରଖନା କୁ ନେଇ ଥିଲେ ।ଡାକ୍ତର ଏଠାରେ ମିଳନ କୁ ମୃତ ଘୋଷଣା କରିଛନ୍ତି ।ସୋନପୁର ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି ।