ନୂଆପଡ଼ା(ମୁକେଶ କୁମାର ଦଣ୍ଡସେନା): ଖରା ଦିନ ଆରମ୍ବରୁ ଦେଖାଦେଲାଣି ଜଳ ସଙ୍କଟ। କାମ ଦେଉନି water supply pipe line । ୧୦ ରୁ ଉର୍ଦ୍ଧ୍ବ ପରିବାର ପାଇଁ ଗୋଟିଏ ମାତ୍ର ନଳକୂପ । ତା ପୁଣି ଫ୍ଲୋରାଇଡ୍ ଯୁକ୍ତ । ବାଧ୍ୟ ହୋଇ ଫ୍ଲୋରାଇଡ୍ ଯୁକ୍ତ ପାଣି ବ୍ୟବହାର କରି ରୋଗ ଗ୍ରସ୍ତ ହେଉଛନ୍ତି ବସ୍ତି ବାସିନ୍ଦା ।
ଏଇ ଭଳି ଏକ ଅଭିଯୋଗ ଆସିଛି, ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଭେଲା ଗ୍ରାମରୁ । ଏଇ ଗ୍ରାମର ଗୋଟିଏ ପଡା ସରଗିପତେଲ୍ , ଏଇଠି ରୁହନ୍ତି ୧୦ ରୁ ଉର୍ଦ୍ଧ୍ବ ପରିବାର । ଏଇ ପଡା ରେ ଥିବା ଏକ ମାତ୍ର ନଳକୂପ ଫ୍ଲୋରାଇଡ୍ ଯୁକ୍ତ ହୋଇ ଥିବାରୁ , ପାଇପ୍ ୱାଟର supply connection ଦିଆ ଯାଇଥିଲା କିନ୍ତୁ ଦୀର୍ଘ ୨ ବର୍ଷ ହେବ ଏହା ଅକାମୀ ହୋଇ ପଡ଼ି ରହିଛି ।
ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏ ସମସ୍ୟା ଉପରେ କାହାରି ନଜର ପଡୁ ନହିଁ ବୋଲି ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା ।
ପଡା ରେ ଥିବା ଏକ ମାତ୍ର ନଳକୂପ ରେ ଫିଲ୍ଟର ମଧ୍ୟ ବସା ହୋଇଛି କିନ୍ତୁ ତାହା ମଧ୍ୟ ପିଇବା ଯୋଗ୍ୟ ନୁହେଁ ଏବଂ ସେଇ ଫ୍ଲୋରାଇଡ୍ ଯୁକ୍ତ ପାଣି ପିଇ ଆଣ୍ଠୁ ଗଣ୍ଠି ଦରଜ ହେଉଥିବା ଅଭିଯୋଗ ହେଉଛି ।
ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ଭେଲା ଗ୍ରାମରେ ଏହା ଫେଲ୍ ମାରିଥିବା ଦେଖିବାକୁ ମିଳିଛି ।
ତେବେ ଏହା ପଛର କାରଣ କଣ ?
କାମ ଅଧା ପନ୍ତରିଆ ହେବା ପଛରେ ଦୋଷ କାହାର ?
ଫ୍ଲୋରାଇଡ୍ ପାଣି ରୁ କେବେ ମିଳିବ ମୁକ୍ତି ?
ତାହା ଦେଖିବାକୁ ବାକି ରହିଲା ।
ଗ୍ରୀଷ୍ମ ଋତୁ ଆରମ୍ଭରୁ ଜଳ ସଙ୍କଟ
Share with
previous post