Home Breaking News ୮୦୦ ଗ୍ରାମ ସୁନା ଠକେଇର ପର୍ଦାଫାସ କଲା ପୁରିଘାଟ ଥାନା ପୋଲିସ

୮୦୦ ଗ୍ରାମ ସୁନା ଠକେଇର ପର୍ଦାଫାସ କଲା ପୁରିଘାଟ ଥାନା ପୋଲିସ

by Times One Odia
Share with
     
 
 
   

କଟକ(ଗୁରୁଦତ୍ତ ମହାନ୍ତି): ଏକ ବଡ ଧରଣର ସୁନା ଠକେଇରେ ସମ୍ପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କଟକ ପୁରୀ ଘାଟ ଥାନା ପୋଲିସ। ଏହି ୨ ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୩୬ ଲକ୍ଷ ଟଙ୍କାର ସୁନା ବିସ୍କୁଟ ଜବତ କରିଛି ପୋଲିସ। ଏହି ଦୁଇ ଜଣଙ୍କ ନାମରେ ପ୍ରାୟ ୩୬ ଲକ୍ଷ ଟଙ୍କାର ସୁନା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା।ସୂଚନାନୁଯାୟୀ, ଯାଜପୁରର ରାଜ କିଶୋର ସାହୁ ଓ ଜିତେନ୍ଦ୍ର ସାହୁ ରେମୁଣାର ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ଚଞ୍ଚକତା କରି ପ୍ରାୟ ୩୬ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଫେରାର ହୋଇଯାଇଥିଲେ। ରେମୁଣାର ସୁନା ବ୍ୟବସାୟୀ ସନ୍ତୋଷ ମହାରଣାଙ୍କୁ ଏହି ଦୁଇ ଜଣ ୮ ଶହ ଗ୍ରାମ ସୁନା ବିସ୍କୁଟ ବଦଳରେ ୧୨ ଶହ ଗ୍ରାମର ସୁନା ଅଳଙ୍କାର ଦେବେ ବୋଲି ପ୍ରତିଶୃତି ଦେଇଥିଲେ। କଥା ମୁତାବକ ସନ୍ତୋଷ ସୁନା ବିସ୍କୁଟ୍ ଆଣି କଟକର ଯାଉଁଳିଆପଟ୍ଟି ଅଞ୍ଚଳରେ ପହଞ୍ଚିଥିଲେ। ହେଲେ ରାଜକିଶୋର ଓ ଜିତେନ୍ଦ୍ର ସେଠାରେ ପହଞ୍ଚି ସୁନାର ମାନ ପରିକ୍ଷା କରିବା ବାହାନାରେ ସେଠାରୁ ଫେରାର ହୋଇଯାଇଥିଲେ। ଏହି ସୁନାର ମୂଲ୍ୟ ପ୍ରାୟ ୩୬ ଲକ୍ଷ ଟଙ୍କା ହୋଇଥିବା କୁହାଯାଉଛି। ତେବେ ଜିତେନ୍ଦ୍ର ଓ ରାଜ କିଶୋର ସେଠାରୁ ଫେରାର ହୋଇଯିବାରୁ ସନ୍ତୋଷ ଏସମ୍ପର୍କରେ ପୁରୀ ଘାଟ ଥାନାରେ ଏତଲା ଦେଇଥିଲେ। ଏତଲା ପରେ ୨ ଅଭିଯୁକ୍ତଙ୍କ ଧରିବାରେ ସଫଳ ହୋଇଛି ପୋଲିସ। ଜିତେନ୍ଦ୍ର ଓ ରାଜକିଶୋରଙ୍କୁ ପୁରୀ ଘାଟ ଥାନା ପୋଲିସ କାବୁ କରି ସେମାନଙ୍କ ଠାରୁ ୩୬ ଲକ୍ଷ ଟଙ୍କାର ସୁନା ବିସ୍କୁଟ ଜବତ କରିଛି।

related posts

Leave a Comment