Home Breaking News ପ୍ରତିଭା ସମ୍ମାନ ଉତ୍ସବ

ପ୍ରତିଭା ସମ୍ମାନ ଉତ୍ସବ

by Times One Odia
Share with
     
 
 
   

ଭଞ୍ଜନଗର : ଭଞ୍ଜନଗର ବ୍ଳକ ଧନଞ୍ଜୟପୁର ଶାସନ ରେ ବିଜେ ବରାଳ ବାଲୁଙ୍କେଶ୍ୱର ସ୍ୱାମୀ ଙ୍କ ପୀଠ ରେ ମହାଶିବ ରାତ୍ରୀ ଅବସରରେ ପ୍ରତିଭା ସମ୍ମାନ ଉତ୍ସବ 2021 କୋଭିଡ କଟକଣା ଭିତରେ ଅନୁଷ୍ଠିତ ହୋଇଯାଇଛି l ମକଦ୍ଦମ ବୈଷ୍ଣବ ଦାସ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଉତ୍ସବ ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥି,ହରିହର ମହାପାତ୍ର ମୁଖ୍ୟବକ୍ତା, ଓ ପ୍ରାଧ୍ୟାପିକ କୁମୁଦ ଚନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ l ବଲାଡି ଗ୍ରାମର ଶତାୟୁ ପୁରୁଷ ଭୁବନେଶ୍ୱର ମହାପାତ୍ର ଙ୍କ ସମେତ କିଛି ପ୍ରତିଭା ସମ୍ପର୍ଣ୍ଣ ବ୍ୟକ୍ତି ଙ୍କୁ ପୁଷ୍ପ ଗୁଚ୍ଛ, ଉପଢୌକନ, ପ୍ରତିଭା ସମ୍ମାନ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଉତ୍ସବ ରେ ଉଦୟ ନାଥ ମହାପାତ୍ର, କୈଳାସ ମହାପାତ୍ର,ନୀଳାଞ୍ଚଳ ମହାପାତ୍ର, ନାରାୟଣ ମହାପାତ୍ର, ରାମକୃଷ୍ଣ ଦାଶ,ପ୍ରବାସ କୁମାର ଦାଶ,ଭଗବାନ ରଥ ପ୍ରମୁଖ ଯୋଗଦେଇଥିଲେ l

related posts

Leave a Comment