Share with
ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ପିଲାଚୋରି ସନ୍ଦେହରେ ଜଣେ ବୟସ୍କ ଲୋକ କୁ ଗାଁ ଲୋକେ ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଇ ପୋଲିସରେ ଦେଲେ ଜିମା। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଲୁଣାହାର ଗାଁ ପୋଲ ନିକଟରେ।ଲୁଣାହାର ଗାଁ ପୋଲ ନିକଟରେ ଏକ ପିଲାକୁ ଏକୁଟିଆ ଦେଖି ଏକ ଅଚିହ୍ନା ବୟସ୍କ ଲୋକଟି ପିଲା ର ଦେହ ଓ ମୁଣ୍ଡରେ ହାତମାରିବାର ଦେଖି ଗାଁ ଲୋକେ ବୟସ୍କ ଲୋକଟିକି କାବୁ କରି ଖୁଣ୍ଟ ବାନ୍ଧି ଉତ୍ତମ ମଧ୍ୟମ ଦେଇଥିଲେ। ଗାଁ ଲୋକେ ପିଲାଚୋର ସନ୍ଦେହରେ ସମ୍ପୃକ୍ତ ବୟସ୍କ ଲୋକଟିକୁ ନିର୍ଧୁମ ମାଡ଼ ମାରିବା ସହ ସାଲେପୁର ପୋଲିସକୁ ଜିମା ଦେଇଥିଲେ। ପୋଲିସ ସମ୍ପୃକ୍ତ ବୟସ୍କ ଲୋକକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି।