Home Breaking News ନିର୍ବନ୍ଧ ପୂର୍ବରୁ ବରର ବାହାଘର ଶେଷ

ନିର୍ବନ୍ଧ ପୂର୍ବରୁ ବରର ବାହାଘର ଶେଷ

by Times One Odia
Share with
     
 
 
   

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ଝିଅ ଓ ଝିଅର ପରିବାର କୁ ଅନ୍ଧାର ରେ ରଖି, ଜବାବକରାର୍ ଅର୍ଥାତ୍ ନିର୍ବନ୍ଧ କରାଇଛନ୍ତି ପୁଅର ବାପା। ନିର୍ବନ୍ଧ ର ୧୪ ଦିନ ପରେ ଖବର ମିଳିଲା ଜୋଇଁ ପୂର୍ବରୁ ଅନ୍ୟତ୍ର ବିଭା ହୋଇ ସାରିଛି। ଚିନ୍ତା ଓ ଲଜ୍ଜା ରେ ଝିଅ ଓ ଝିଅର ପରିବାର ! ଏଭଳି ଘଟଣା ଘଟିଛି କଟକ ଜିଲ୍ଲା କିଶନ ନଗର ଥାନା ଧୋରିଆପଡା ଗାଁ ରେ। ଗତ ଫେବୃଆରୀ ୧୪ ତାରିଖ ଦିନ ମୁସଲିମ ରୀତିନୀତି ଅନୁସାରେ ଧୋରିଆପଡା ଗାଁ ର ମିର୍ଜା ରହିମ୍ ବେଗ୍ ଙ୍କ ଝିଅ ନିଲୋଫର୍ ମିର୍ଜା ଙ୍କ ସହିତ ସେହି ଥାନା ଅନ୍ତର୍ଗତ ତରିତୋ ଗାଁ ର ଫିରୋଜ୍ ଅହମ୍ମଦ ଖାଁ ଙ୍କ ପୁଅ ନୁରୁଲ୍ ଅମୀନ୍ ଙ୍କ ସହ ମୁସଲିମ ରୀତିନୀତି ଅନୁସାରେ ଜବାବକରାର୍ ଅର୍ଥାତ୍ ନିର୍ବନ୍ଧ ହୋଇ ଆସନ୍ତା ଏପ୍ରିଲ ୪ ତାରିଖ ଦିନ ବିବାହ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ଏହି ଜବାବକରାର୍ ରେ ଝିଅ ଘର ଓ ପୁଅ ଘରର ସାହି ମୁରବୀ, ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ। ଏହି ଜବାବକରାର ସମୟରେ ପୁଅ ଘର ପକ୍ଷରୁ ଝିଅ କୁ ଆବଶ୍ୟକୀୟ ସୁନା ଅଳଙ୍କାର ସହ ବିଭାଘର ବସ୍ତ୍ର ପ୍ରଦାନ କରାଯାଇଥିବା ବେଳେ ଝିଅ ଘର ପକ୍ଷରୁ ୨ ଲକ୍ଷ ଟଙ୍କା ଯୌତୁକ ପୁଅର ବାପା ଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଛି।ଗତ ଫେବୃଆରୀ ୨୮ ତାରିଖ ରେ ପୁଅର ବାପା ଫିରୋଜ୍ ଅହମ୍ମଦ ଖାଁ ଝିଅ ଘରକୁ ଫୋନ୍ ଯୋଗେ ଜଣାଇଲେ କି, ତାଙ୍କର ପୁଅ ନୁରୁଲ୍ ଅମୀନ୍ ଗତ ଫେବୃଆରୀ ୧୧ ତାରିଖ ରେ ଅନ୍ୟ ଜଣେ ଝିଅକୁ ପ୍ରେମ ବ ବିବାହ କରିଛନ୍ତି। ତେଣୁ ଆଉ ସେ ନିଲୋଫର୍ ମିର୍ଜା ଙ୍କୁ ବୋହୂ କରି ଆଣି ପାରିବେ ନାହିଁ। ଏହି ଘଟଣା କୁ ନେଇ ଉଭୟ ଉଭୟଙ୍କ ନାଁ ରେ କିଶନ ନଗର ଥାନା ରେ ମାମଲା ଦାୟର କରିଛନ୍ତି। ପୁଅର ବାପା ଫିରୋଜ୍ ଅହମ୍ମଦ ଖାଁ ଙ୍କ ଅଭିଯୋଗ ଯେ ଝିଅର ମାମୁଁ ଓ ଝିଅର ଦାଦା ତାଙ୍କ ଘରକୁ ଆସି ଜୀବନରୁ ମାରିଦେବା କୁ ଧମକ ଦେଇଛନ୍ତି ଅପରପକ୍ଷେ ଝିଅ ଘର ପକ୍ଷରୁ ଝିଅର ମା’ ଏତଲାରେ ଦର୍ଶାଇଛନ୍ତି ଯେ ଫିରୋଜ୍ ଅହମ୍ମଦ ଖାଁ ଗୁଣ୍ଡା ପଠାଇ ତାଙ୍କୁ ଓ ତାଙ୍କ ପରିବାର କୁ ଧମକ ଦେଇଛନ୍ତି। ଉପସ୍ଥିତ ମୁରବୀ ଙ୍କ କଥା ଅନୁସାରେ ଯୌତୁକ ଦିଆନିଆ ହୋଇଛି କି ନାହିଁ ସ୍ପଷ୍ଟ ହେଉନଥିବା ବେଳେ ତାହା ପୋଲିସ ତଦନ୍ତ ପରେ ଜଣାପଡ଼ିବ ହେଲେ ପ୍ରଶ୍ନ ଉଠୁଛି ଯେ ନିଜର ପୁଅ ଯଦି ଫେବୃଆରୀ ୧୧ ତାରିଖ ରେ ପ୍ରେମ ବ ବିବାହ କରିଥିଲା ତେବେ କେମିତି ୪ ଦିନ ପରେ ଅର୍ଥାତ୍ ଫେବୃଆରୀ ୧୪ ତାରିଖ ରେ ଅନ୍ୟ ଜଣେ ଝିଅ ସ‌ହିତ ଜବାବକରାର ଅର୍ଥାତ୍ ନିର୍ବନ୍ଧ କରୁଥିଲେ ? କାରଣ ପୁଅ ବିବାହ କଥା ବାପା ମା’ ଜାଣି ନଥିଲେ ନାଁ ସବୁ ଜାଣିଶୁଣି ଏଠାରେ ଜବାବକରାର୍ କରିଥିଲେ ? ଏବେ ଝିଅ ଓ ଝିଅର ପରିବାର ଏକ ଅଦୃଶ୍ୟ ଅନିଶ୍ଚିତତା ଭିତରେ ଗତି କରୁଛନ୍ତି।

related posts

Leave a Comment