Home Breaking News 19ରୁ କେସିସି କ୍ରିକେଟ ଟୁର୍ଣ୍ଣାମେଣ୍ଟ

19ରୁ କେସିସି କ୍ରିକେଟ ଟୁର୍ଣ୍ଣାମେଣ୍ଟ

by Times One Odia
Share with
     
 
 
   

ଭୁବନେଶ୍ୱର ଝାରପଡାର ଶାନ୍ତିନଗର ଠାରେ ଚଳିତ ମାସ 19 ତାରିଖରୁ ଆରମ୍ଭ ହେଉଛି କେସିସି ନବମ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ | ଏଥିରେ 16ଟି ବୟସ୍କ ଓ 6ଟି ଆନ୍ତ ସ୍କୁଲ ପ୍ରତିଯୋଗୀ ଭାଗ ନେବେ |ଖୋର୍ଦ୍ଧା, ଜଟଣୀ, କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ଦଳ ଅଂଶ ଗ୍ରହଣ କରିବେ | ଆସନ୍ତା 21 ତାରିଖରେ ଏହି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହେବ |ଟେନିସ ବଲରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ରେ ବିଜେତା ଦଳକୁ 50ହଜାର ଓ ଉପ ବିଜେତା ଦଳକୁ 25ହଜାର ଟଙ୍କା ସହ ଫଳକ ଓ ମାନ ପତ୍ର ପ୍ରଦାନ କରାଯିବ | ଏହାସହ ମ୍ୟାନ ଅଫ ଦ ମ୍ୟାଚ, ବେଷ୍ଟ ଫିଲଡର ଆଦି ପୁରସ୍କାର ପ୍ରଦାନ କରାଯିବ ବୋଲି କ୍ରିଷ୍ଣା କ୍ରିକେଟ କ୍ଲବର ସଭାପତି ପ୍ରକାଶ ଜେନା, ଉପ ସଭାପତି ଅଭିଷେକ ମହାନ୍ତି, ସମ୍ପାଦକ ଅଭିଷେକ ବେହେରା ଏବଂ ମୁଖ୍ୟ ବକ୍ତା ଗୌରୀ ଶଙ୍କର ଓ ଶୁଭେନ୍ଦୁ ଦାସ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି |

related posts

Leave a Comment