Home Breaking News କଟକରେ କଂଗ୍ରେସ ବିରୁଦ୍ଧରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ

କଟକରେ କଂଗ୍ରେସ ବିରୁଦ୍ଧରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ

by Times One Odia
Share with
     
 
 
   

କଟକ(ଗୁରୁଦତ୍ତ ମହାନ୍ତି): ଆନ୍ତର୍ଜାତୀୟ ମହିଳା ଦିବସରେ ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡ଼ା ମହିଳା ଏମ ଏଲ ଏ ମାନଙ୍କର ଉପସ୍ଥିତି ରେ ନିରୀହ ମହିଳା ମାନଙ୍କୁ ଟାଙ୍ଗା କୁ ଟାଣିବା ପାଇଁ ନିର୍ଦେଶ ଦେଇଥିଲେ। ଏହାପରେ ଉକ୍ତ ମହିଳା ମାନେ ଟାଙ୍ଗା କୁ ଟାଣି ଟାଣି ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥିଲେ। ଯାହାକୁ ବିରୋଧ କରିଛି କଟକ ନଗର ବିଜେପି ମହିଳା ମୋର୍ଚ୍ଚା। ଏଥିସହିତ କଂଗ୍ରେସ ପାର୍ଟିର ସୁପ୍ରିମୋ ସୋନିଆ ଗାନ୍ଧୀ ଖୋଦ ମହିଳା ହୋଇଥିବା ସତ୍ତ୍ୱେ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ତାଙ୍କ ମହିଳା ପ୍ରୀତି ପଦାରେ ପକାଇଛି। ଯାହାକୁ ନେଇ ଆଜି କଟକ ଗୌରୀ ଶଙ୍କର ପାର୍କ ନିକଟରେ ସଭା ନେତ୍ରୀ ପ୍ରବୀଣା ମହାପାତ୍ର ଙ୍କ ନେତୃତ୍ୱରେ ଆଜି କଂଗ୍ରେସ ବିରୋଧୀ ନାରାବାଜି କରାଯାଇଥିଲା। ଯଦି କର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଛି ସଂଗଠନ।

related posts

Leave a Comment