ଗଂଜାମ(ପ୍ରଦ୍ୟୁମ୍ନ ପାତ୍ର): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଲାଠିପଡା ନିକଟ ଢଉପଲ୍ଲୀ କାଜୁ ଜଙ୍ଗଲରେ ଅଘଟଣ।ବନ୍ୟଜନ୍ତୁ ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାରରେ ଲାଗି ଦୁଇ ମହିଳା ଗୁରୁତର ଅନ୍ୟଜଣେ ଅଳ୍ପକେ ବର୍ତିଲେ।ଗୁରୁତର ମାନେ ହେଲେ ଲାଠିପଡା ଗ୍ରାମର ସୁକୁମାରି ବେହେରା, ଆରଲୁ ମହାରଥା ।ତିନିଜଣ ମହିଳା କାଜୁ ଜଙ୍ଗଲକୁ ଯାଇ ପଡିଥିବା ଶୁଖିଲାପତ୍ର ସଫା କରୁଥିବା ବେଳେ ଜଣେ ମହିଳା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ପରେ ଆଉ ଜଣେ ମହିଳା ତାଙ୍କୁ ବଞ୍ଚିବାକୁ ଯାଇ ସେ ମଧ୍ୟ ଗୁରୁତର ହୋଇଥିଲେ। ତୃତୀୟ ମହିଳା ଜଣକ ଖବର ଦେବାପରେ ଗାଁ ଲୋକେ ପହଂଚି ବିଦ୍ୟୁତ ତାର କାଟି ଗୁରୁତର ଅବସ୍ଥାରେ ପଡିଥିବା ମହିଳା ଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ରେ ଭର୍ତି କରିଥିଲେ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ସ୍ଥାନୀୟ ଲୋକେ ବନ ବିଭାଗ କୁ ଖବର ଦେବା ପରେ ମଧ୍ୟ କୌଣସି ବନ କର୍ମଚାରୀ ପହଂଚି ନାହାନ୍ତି।ବନ ବିଭାଗର ଉଦାସୀନତା ଯୋଗୁଁ ଶିକାରୀ ଜାଲରେ ପଡି ବହୁ ନିରୀହ ପ୍ରାଣୀ ପ୍ରାଣ ହରାଉଛନ୍ତି।
ଶିକାରୀ ବିଛାଇଥିବା ବିଦ୍ୟୁତତାର ସଂସ୍ପର୍ଶରେ ଆସି ଦୁଇ ମହିଳା ଗୁରୁତର
Share with
previous post