Home Breaking News ଚତୁର୍ଥ ଟେଷ୍ଟ ବିଜୟ ସହ ଆଇସିସି ୱାର୍ଲଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଭାରତ

ଚତୁର୍ଥ ଟେଷ୍ଟ ବିଜୟ ସହ ଆଇସିସି ୱାର୍ଲଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଭାରତ

by Times One Odia
Share with
     
 
 
   

ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ଗୋଟିଏ ଇନିଂସ ଏବଂ ୨୫ ରନରେ ପରାସ୍ତ କଲା ଭାରତ । ଏହା ସହ ସିରିଜକୁ ୩-୧ ରେ ଜିତିଛି ଭାରତ । ଏହି ମ୍ୟାଚ ବିଜୟ ସହ ଆଇସିସି ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ପହଂଚିଛି ଭାରତ । ଭାରତର ପ୍ରଥମ ଇନିଂସର ଅଗ୍ରଣୀ ୧୬୦ ରନକୁ ପିଛା କରି ଦ୍ବିତୀୟ ଇନିଂସରେ ମାତ୍ର ୧୩୫ ରନରେ ଅଲଆଉଟ ହୋଇ ଯାଇଥିଲା ଇଂଲଣ୍ଡ ଟିମ୍ । ଭାରତ ପକ୍ଷରୁ ଦୁଇ ସ୍ପିନର ରବି ଚନ୍ଦ୍ରନ ଅଶ୍ୱିନ ଏବଂ ଅକ୍ସର ପଟେଲ ୫ ଟି ଲେଖାଁଏ ୱିକେଟ ଅକ୍ତିଆର କରିବାରୁ ୩ ଦିନରେ ଶେଷ ହେଲା ଚତୁର୍ଥ ଟେଷ୍ଟ ।

ଭାରତ ପକ୍ଷରୁ ଏହି ମ୍ୟାଚରେ ଶତକ ହାସଲ କରିଥିବା ରିଷଭ ପନ୍ଥଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଛି । ସିରିଜରେ ସର୍ବାଧିକ ୱିକେଟ ହାସଲ କରିଥିବା ରବି ଅଶ୍ୱିନଙ୍କୁ ମ୍ୟାନ ଅଫ ସିରିଜ ବିବେଚିତ କରାଯାଇଛି ।

ଏହି ଟେଷ୍ଟ ବିଜୟ ସହିତ ଭାରତ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଜୁନ ୧୮ ରୁ ୨୨ ଯାଏ ଇଂଲଣ୍ଡର ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଏବଂ ନ୍ୟୁଜଲାଣ୍ଡ ମଧ୍ୟରେ ଆଇସିସି ୱାର୍ଲଡ ଟେଷ୍ଟ ଚାମ୍ପିଅନସିପ୍ ଖେଳାଯିବ ।

related posts

Leave a Comment