Home Breaking News ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ଚାର୍ଜସିଟ୍‌ରେ ଦୀପିକା, ଶ୍ରଦ୍ଧା, ସାରା

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ଚାର୍ଜସିଟ୍‌ରେ ଦୀପିକା, ଶ୍ରଦ୍ଧା, ସାରା

by Times One Odia
Share with
     
 
 
   

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ଡ୍ରଗ୍ସ କାରବାର ମାମଲାରେ ଶୁକ୍ରବାର ଚାର୍ଜ ଶିଟ୍‌ ଦାଖଲ କରିଛି ନାର୍କୋଟିକ୍‌ ସେଣ୍ଟ୍ରାଲ ବ୍ୟୁରୋ । ଏଥିରେ ବଲିଉଡ୍‌ ଷ୍ଟାର ଦୀପିକା ପାଦୁକୋଣ, ଶ୍ରଦ୍ଧା କପୁର ଓ ସାରା ଅଲି ଖାନଙ୍କ ନାମ ରହିଛି। ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ଏନ୍‌ସିବି ଏହି ବଲିଉଡ୍‌ ଅଭିନେତ୍ରୀମାନଙ୍କୁ ପଚରାଉଚୁରା କରିଥିଲା। ଅଭିଯୁକ୍ତଙ୍କ ତାଲିକାରେ ସୁଶାନ୍ତଙ୍କ ଗାର୍ଲ ଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ଭାଇଙ୍କ ନାମ ମଧ୍ୟ ରହିଛି। ଦୀର୍ଘ ୬ ମାସର ଲମ୍ବା ତଦନ୍ତ ପ୍ରକ୍ରିୟା ପରେ କେନ୍ଦ୍ରୀୟ ସଂସ୍ଥା ସ୍ବତନ୍ତ୍ର କୋର୍ଟରେ ଦାଖଲ କରିଛି ପ୍ରାୟ ୭୦ ହଜାର ପୃଷ୍ଠା ବିଶିଷ୍ଟ ଚାର୍ଜଶିଟ୍‌। ଏଥିରେ ୨୦୦ ସାକ୍ଷୀଙ୍କ ବୟାନ ସାମିଲ କରାଯାଇଛି। ଆଉ ଅନୁଜ କେଶଓ୍ବାନି ଓ ଆଜାମ ଜୁମ୍ମାନ ନାମକ ଦୁଇ ବ୍ୟକ୍ତିଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିବା ସୂଚନା ମିଳିଛି ।

related posts

Leave a Comment