Home Breaking News ଉଦ୍ଧାର ନାଁରେ ଶୀକାର: 10 ଫୁଟ ଅଜଗରକୁ ହତ୍ୟା କଲେ ବନ କର୍ମଚାରୀ

ଉଦ୍ଧାର ନାଁରେ ଶୀକାର: 10 ଫୁଟ ଅଜଗରକୁ ହତ୍ୟା କଲେ ବନ କର୍ମଚାରୀ

by Times One Odia
Share with
     
 
 
   

ଚନ୍ଦକା-ଡମପଡା ଅଭୟାରଣ୍ୟ ଭିତରୁ ଏକ ଅଜଗର ଶୀକାର କଲେ ବନ କର୍ମଚାରୀ ଓ ଗ୍ରାମ ବାସୀ । ଗତ କାଲି ଡମପଡା ଅନ୍ତର୍ଗତ କଇଁମୁଣ୍ଡି ଗ୍ରାମ ର କିଛି ଲୋକ ଚନ୍ଦକା-ଡମପଡା ଅଭୟାରଣ୍ୟ ଭିତରେ ଏକ 10 ଫୁଟିଆ ଇଣ୍ଡିଆନ ପାଇଥନ କୁ କୌଣସି ଏକ ଜନ୍ତୁ କୁ ଗିଳି ପଡିଥିବାର ଦେଖିଥିଲେ । ବହାଦୁରୀ ମାରି ଧରିବା ପାଇଁ ସ୍ଥାନୀୟ ଲୋକ ଚେଷ୍ଟା କଲେ, ଏବଂ ବନ ବିଭାଗ କୁ ଖବର ଦେଲେ । ଡମପଡା ରେଞ୍ଜ ରେ କାମ କରୁଥିବା କିଛି ୱାଚର ଯାଇ ପହଁଚି ଲୋକ ଙ୍କ ସାହାଯ୍ୟରେ ଅଜଗର କାବୁ କରି, ଶିଆଳି ଲଟା ରେ ତା ବେକକୁ ଏବଂ ଦେହ କୁ ବାନ୍ଧିଥିଲେ । ବିଶ୍ୱସ୍ତ ସୂତ୍ରରୁ ଜଣା ପଡ଼ିଛି କି ସାପ ଟିକୁ ସେମିତି ଘୋଷାଡି ଜଙ୍ଗଲ ରୁ ଗାଁ ଭିତରକୁ ଅଣା ଗଲା ପରେ ଜଙ୍ଗଲ ବିଭାଗର ବୋଲେରୋ ଆସି ପହଁଚିଲା । ତେବେ ଜଙ୍ଗଲ ରେ ଶିଆଳି ଲଟା ରେ ବାନ୍ଧିବା ବେଳେ ସାପ ଦେହ ଉପରେ ଲୋକ ମାନେ ଛିଡା ମଧ୍ୟ ହୋଇଥିଲେ । ତେବେ ଜଙ୍ଗଲ କର୍ମଚାରୀ ଅଖା ଭିତରେ ସାପ ଟିକୁ ଭର୍ତ୍ତି କଲା ବେଳେ ସାପ ଟି ମରି ସାରିଥିଲା ବୋଲି ଭିଡ଼ିଓ ରୁ ସ୍ପଷ୍ଟ ଜଣା ପଡୁଛି । ଏଥିରୁ ପ୍ରମାଣିତ ହେଇଛି ଯେ ଯେଉଁମାନେ ସାପ ଉଦ୍ଧାର କରିବା ପାଇଁ ଯାଇଥିଲେ ସେମାନଙ୍କର ସାପ ବିଷୟ re ସାମାନ୍ୟ ତମ ଜ୍ଞାନ ନାହିଁ । ଏକ ସଂରକ୍ଷିତ ଜଙ୍ଗଲ ଭିତରୁ ସାପ କୁ ବହାରଜୁ ଆଣିବା ଆଦୌ ଦରକାର ନଥିଲା । ଉଦ୍ଧାରକାରୀ ଙ୍କ ଭୁଲ ଯୋଗୁଁ ସାପ ଟି ଶୀକାର ସାପ ହେଲା। ଏକ ଅନୁରୂପ ଘଟଣା କ୍ରମରେ ଗଞ୍ଜାମ ଜିଲ୍ଲାର ବୁଗୁଡା ଠାରେ ଏଇଭଳି ଭୁଲ ଉଦ୍ଧାର କାର୍ଯ୍ୟ ଯୋଗୁଁ ଏକ କଲରା ପତ୍ରିଆ ବାଘ ମୃତ୍ୟୁ ବରଣ କରିଥିଲା, ଏବଂ ପରେ ସେହି ଘଟଣାରେ କିଛି ଲୋକ ଗିରଫ ମଧ୍ୟ ହେଇଥିଲେ ।
ଏଣୁ ଏଇ ଅଜଗର ମୃତ୍ୟୁ ଘଟଣାର ତଦନ୍ତ ଦାବୀ କରି ସମ୍ପୃକ୍ତ ଉଦ୍ଧାରକାରୀ ଏବଂ ବନ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କ୍ରାଇମବ୍ରାଞ୍ଚ ର ଆଡିସନାଲ ଡିଜି ଙ୍କୁ ଅନୁରୋଧ କରି ଇ ମେଲ ମାଧ୍ୟମରେ ଚିଠି ଲେଖିଛନ୍ତି । ଏଇ ଘଟଣା ରେ ଡମପଡା ରେଞ୍ଜ ଅଫିସର ଙ୍କ ଅବହେଳା ଯଦି ପ୍ରମାଣିତ ହୁଏ, ତାଙ୍କୁ ମଧ୍ୟ ଗିରଫ କରିବା ପାଇଁ ଶୁଭେନ୍ଦୁ କ୍ରାଇମବ୍ରାଞ୍ଚ କୁ ଅନୁରୋଧ କରିଛନ୍ତି ।

related posts

Leave a Comment