ରାଇକିଆ(ରଜତ କୁମାର ନାୟକ):ଶନିବାର ମହିଳା ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ରାଇକିଆ ନାଗରିକ ମଞ୍ଚ କାର୍ଯ୍ୟାଳୟରେ “ମୋ ଚାଟଶାଳୀ” କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।ଏହି ଆୟୋଜନ କାର୍ଯ୍ୟକ୍ରମରେ ରାଇକିଆ ସମିତି ସଭ୍ୟା ମିନି ନାୟକ,ବେରେଡାକିଆ ସମିତି ସଭ୍ୟା ଗିତାଞ୍ଜଳୀ ନାୟକ, ମଣ୍ଡାକିଆ ସମିତି ସଭ୍ୟା କ୍ରିଷ୍ଣା ପ୍ରିୟା ପ୍ରଧାନ, ରାଇକିଆ ନାଗରିକ ମଞ୍ଚ ଉପସଭାପତି ରଜତ କୁମାର ନାୟକ,ୱଡ ମେମ୍ବର ସଞ୍ଜିବ ବେହେରାଙ୍କ ସହ ଟିକାବାଲି ବ୍ଲକ୍ ସଂଯୋଜକ ସଞ୍ଜିବ ଦିଗାଳ ଯୋଗ ଦେଇ ଏହି ମୋ ଚାଟଶାଳୀ କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ନେଇ ଆଲୋକପାତ କରାଯାଇଛି। ଦୀର୍ଘ ଏକ ବର୍ଷ ଧରି କରୋନା ମହାମାରୀ କାରଣରୁ ସରକାରୀ ବ୍ୟବସ୍ଥା ରେ ସମସ୍ତ ବିଦ୍ୟାଳୟ ବନ୍ଦ ହୋଇଯାଇଥିବାରୁ ପୁଣି ଥରେ ଗାଁ ଲୋକମାନେ ଶିକ୍ଷାଦାନ ପଦ୍ଧତିକୁ ନିଜ ବ୍ୟବସ୍ଥାରେ କରାଇବା ପାଇଁ ଏହି ଚାଟଶାଳୀର ପ୍ରୟାସ। ସ୍କୁଲ୍ ବନ୍ଦ ଯୋଗୁଁ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ଏହାର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳୁଛି।ଏହାକୁ ହୃଦୟଙ୍ଗମ କରି ଆଗେଇ ଆସିଛି ମହିଳା ଜୀବିକା ସୁରକ୍ଷା ମଞ୍ଚର ସଦସ୍ୟ ।ଜିଲ୍ଲା ତଥା ବ୍ଲକ୍ ର ସମସ୍ତ ଗ୍ରାମ ପଞ୍ଚାୟତ ରେ ଛୋଟ ଛୋଟ ପିଲା ମାନଙ୍କୁ ନେଇ ଆରମ୍ଭ କରାଯାଇଛି ‘ମୋ ଚାଟଶାଳୀ’ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କ ଉଜ୍ବଳ ବହି ସହିତ ଓଡ଼ିଆ ଓ ଗଣିତ ବିଷୟରେ ପିଲା ମାନଙ୍କୁ ଶିକ୍ଷା ଦିଆଯାଉଛି।ଏହାକୁ ମଞ୍ଚର ସ୍ବେଚ୍ଛା ସେବୀ ମହିଳା ସଦସ୍ୟମାନେ ବିନା ପାରିଶ୍ରମିକରେ ଆଗେଇ ଆସିଛନ୍ତି ପିଲାଙ୍କୁ ପାଠ ପଠାଇବା ପାଇଁ।
ଏହି କାର୍ଯ୍ୟକ୍ରମକୁ ମଞ୍ଚର ସଦସ୍ୟ ପ୍ରମୋଦା ନାୟକ ପରିଚାଳନା କରିଥିିବାବେଳେ ଜି ଉଦୟଗିରି ବ୍ଲକ୍ ସଂଯୋଜନା ସସ୍ମିତା ମଲ୍ଲିକ,ଚଞ୍ଚଳା ପ୍ରଧାନ, ଶାନ୍ତି ଲତା ନାୟକ,ସାରଳା ପ୍ରଧାନଙ୍କ ସହ ରିତା ପ୍ରଧାନା ସହୋଯୋଗ କରିଥିଲେ।ଜୀବିକା ମହିଳା ସୁରକ୍ଷା ମଞ୍ଚର ଏହି ମୁହୂର୍ତ୍ତ କାର୍ଯ୍ୟକୁ ଅତିଥିମାନେ ପ୍ରଶଂସା କରିଥିବା ବେଳେ ଧନ୍ୟବାଦ ଜଣାଇଛନ୍ତି
ରାଇକିଆ ବ୍ଲକ୍ ରେ ‘ମୋ ଚାଟଶାଳୀ’ କାର୍ଯ୍ୟ ଶୁଭାରମ୍ଭ
Share with
previous post