ଫୁଲବାଣୀ(ସୁନୀଲ ପଟନାୟକ) ସରକାରଗମନାଗମନର ସୁବିଧା ପାଇଁ ପ୍ରତି ଗ୍ରାମକୁ ପିଏମଜି ଏସ ୱାଇ ଯୋଜନାରେ ସ୍ଥାୟୀ ପିଚୁ ରାସ୍ତା ନିର୍ମାଣ କରୁଛନ୍ତି । ଏଥିପାଇଁ ଅର୍ଥ ଅନୁଦାନ ମଧ୍ୟ ଯୋଗାଇ ଦେଉଛନ୍ତି। ହେଲେ କେଉଁଠି ଠିକାଦାର ଓ ଯନ୍ତ୍ରୀଙ୍କ ଅବହେଳା ପାଇଁ ରାସ୍ତା କାମ ବର୍ଷ ବର୍ଷ ଧରି ପଡ଼ିରହିଥିବାରୁ ଲୋକେ ସୁଫଳ ପାଇପାରୁନାହାନ୍ତି । ତେବେ ଫୁଲବାଣୀ ଗାମ୍ୟ ନିର୍ମାଣ ଡିଭିଜନ ଅର୍ନ୍ତଗତ ଜିଉ ଦୟଗିରୀ ବ୍ଲକର ଗ୍ରେସିଙ୍ଗିଆ ପୁର୍ତ୍ତ ବିଭାଗ ମୁଖ୍ୟ ରାସ୍ତା ଠାରୁ ଡମନଗଞୁ ଗ୍ରାମକୁ ୧ କିମି ୪୭୦ ମି ରାସ୍ତା କାର୍ଯ୍ୟକୁ ୩୯.୪୬ଲକ୍ଷ ଟଙ୍କାରେ ଟେଣ୍ଡର ନେଇଥିଲେ। ହେଲେ ଠିକାଦାର ଜଣଙ୍କ କାମ ନକରି କେବଳ ବୋର୍ଡ ମାରି ବସିଥିଲେ ଦୁଇ ବର୍ଷ ହେଲା । ଗତ ୨୬/୬/୨୦୧୮ରୁ ଆରମ୍ଭ ହୋଇ୨୫/୫/୧୯ରେ ସରିବା କଥା। ହେଲେ
୨୦୨୧ ଜାନୁୟାରି ଶେଷ ଯାଏ କାମ ଆରମ୍ଭ ତ ଦୁରର କଥା। ଠିକାଦାରଙ୍କ ଦେଖା ମିଳିନଥିଲା। ଏନେଇ ଦାୟୀତ୍ଵରେ ଥିବା ନିର୍ବାହିଯନ୍ତ୍ରୀ ଇଂସୁବ୍ରମନ୍ୟୁମଙ୍କୁ ପଚାରିବାରେ ସେ ଠିକାଦାର ଙ୍କ ସହ ଆଲୋଚନା କରି କାମ ଆରମ୍ଭ କରିବେ ବୋଲି କହିଥିଲେ। ତଦନୁଯାୟି ନିର୍ବାହୀ ଯ ନ୍ତ୍ରୀ ଇଁ ସୁବ୍ରମନ୍ୟୁମ ଙ୍କ ଉଦ୍ୟମରେ ଠିକାଦାର ରାସ୍ତାକାମ ଆରମ୍ଭ କରିଥିଲେ। ଏବେ ପିଚୁ କାମ ଚାଲିଛି। ହେଲେ ରାସ୍ତାକାମ ଭଲ ହେଉନ ଥିବା ଓ ନିମ୍ନମାନର ମେଟାଲ, ଚିପସ ବ୍ୟବହାର କରାଯିବା ସହ ସରକାରୀ ନିୟମାନୁଯାୟୀ କାମ ହେଉ ନ ଥିବା ଅଭିଯୋଗ କରି ବିରୋଧ କରିଥିଲେ ଗ୍ରାମବାସୀ।ଠିକାଦାରଙ୍କ ସହ ଦାୟୀତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ ଙ୍କ ସଲାସୁତୁରା ରେ ଏଭଳି ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରି ତିବ୍ର ବିରୋଧ କରିଥିଲେ।
ତେବେ ରାସ୍ତାକାମ ଠିକ ଭାବେ ଚାଲିଥିବା ଓ କୌଣସି ସମସ୍ୟା ନ ଥିବା ନିବାହିଯନ୍ତ୍ରୀ କହିଛନ୍ତି ।
ଅତି ଶିଘ୍ର ରାସ୍ତା କାର୍ଯ୍ୟ ସରିଯିବ ଓ ଗ୍ରାମବାସୀ ସୁବିଧାରେ ଯାଆସ କରିବେ ବୋଲି ନିର୍ବାହୀ ଯନ୍ତ୍ରୀ କହିଥିଲେ।
ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ରାସ୍ତା ଖର।ପ ହେଲେ ଠିକାଦାର
ରାସ୍ତା ମରାମତି କରିବେ ବୋଲି ନିବାହି ଯନ୍ତ୍ରୀ ଇଂସୁବ୍ରମନ୍ୟୁମ କହିଛନ୍ତି ।
ରାସ୍ତାକାମରେ ଦୁର୍ନିତି ଅଭିଯୋଗ ଆସିଲେ ତଦନ୍ର କରାଯାଇ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୁଦ୍ଧରେ କାର୍ଯ୍ୟ।ନୁଷ୍ଠାନ ହେବ ବୋଲି ସେ ଆହୁରି କହିଥିଲେ।
ଫୁଲବାଣୀ ଦାୟିତ୍ଵରେ ଥିବା ବାଲିଗୁଡ଼ା ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ସୁବ୍ରମନ୍ୟୁମ ଙ୍କ ନିଷ୍ଠାପର ଉଦ୍ୟମ,କାର୍ଯ୍ୟ ଦକ୍ଷତା ଓ ସମୟୋଚିତ ପଦକ୍ଷେପ ଯୋଗୁଁ ବାଲିଗୁଡ଼ା ଓ ଫୁଲବାଣୀରେ ଗମନାଗମନର ସୁବ୍ୟବସ୍ଥା ପାଇଁ ଅନେକ ରାସ୍ତା ଓ ପୋଲ କାମ ମାନ ଚାଲିଛି।
ଏ ସବୁ ନିର୍ମାଣ ସରିଲେ ଗମନାଗମନରେ ସୁଧାର ଆସିବ ବୋଲି କୁହାଯାଉଛି।
ଜିଲ।ର ଦୁଇଟି ଡିଭିଜନରେ ନୂତନ ରାସ୍ତା ଓ ସେତୁ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଜାରି ରହିଥିବା ନିର୍ବାହିଯନ୍ତ୍ରୀ ସୂଚନା ଦେଇ ଛନ୍ତି ।
ଦୁଇବର୍ଷ ହେଲା କାମ ନ ହୋଇ ପଡିରହିଥିଲା:ଠିକାଦାର ଓ ଯନ୍ତ୍ରୀଙ୍କ ଉଦ୍ୟମରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଆରମ୍ଭ
Share with
previous post