Home Breaking News ବିଦ୍ୟୁତ ଖୁଣ୍ଟରୁ ପଡି ଯୁବକର ମୃତ୍ୟୁ

ବିଦ୍ୟୁତ ଖୁଣ୍ଟରୁ ପଡି ଯୁବକର ମୃତ୍ୟୁ

by Times One Odia
Share with
     
 
 
   

ମୟୁରଭଞ୍ଜ(ଅବିନାଶ ମହାନ୍ତି): ତାର ଚୋରି ହେଲା କାଳ। ତାର ଚୋରୀ କରିବାକୁଯାଇ ଗଲା ଜୀବନ।ସୂଚନାଯୋଗ୍ୟ, ରେଳବିଭାଗ ପକ୍ଷରୁ ନୂତନ ବିଦ୍ୟୁତିକରଣ ପାଇଁ ଚାଲିଥିବା କପର ତାର ଚୋରି କରୁଥିବା ସମୟରେ ଖୁଣ୍ଟରୁ ଖସି ଯୁବକ ମୃତ। ଘଟଣା ଘଟିଛି ବାରିପଦା ୱାଲିଗଞ୍ଜ ସ୍ଥିତ ରେଳଧାରଣାରେ। ଯୁବକ ଜଣକ ବାରିପଦା ଟାଉନ ଥାନା ଅନ୍ତର୍ଗତ ବିଜୟରାମଚନ୍ଦ୍ରପୁର ଅଞ୍ଚଳର ଚନ୍ଦନ ସରକାର। ଗତକାଲି ରାତିରେ ଯୁବକ ଜଣକ ରେଳ ଲାଇନରେ ନୂତନ ଭାବେ ଲାଗିଥିବା ବିଦ୍ୟୁତ ତାର ଚୋରୀ କରିବା ପାଇଁ ଖୁଣ୍ଟକୁ ଚଢିଥିଲା। ଖୁଣ୍ଟରୁ ଖସି ପଡିବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଛି। ସଖାଳୁ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥଲେ। ରେଳବାଇ ପୋଲିସ ପହଁଚି ଶବକୁ ଜବତ କରିବା ସହ ଘଟଣାର ଅଧିକତଦନ୍ତ କରୁଥିବା ଜଣାପଡିଛି।

related posts

Leave a Comment