Home Breaking News ଅସ୍ତରଙ୍ଗରେ ୨୧ତମ ତାରିଣୀ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ଦିବସ: ପାଟଳଦା ଟିମ୍ ଚମ୍ପିୟାନ, ମୁଖ୍ୟ ଅତିଥି ଜଟଣୀ ବିଧାୟକ ସୁର ରାଉତରାୟ

ଅସ୍ତରଙ୍ଗରେ ୨୧ତମ ତାରିଣୀ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ଦିବସ: ପାଟଳଦା ଟିମ୍ ଚମ୍ପିୟାନ, ମୁଖ୍ୟ ଅତିଥି ଜଟଣୀ ବିଧାୟକ ସୁର ରାଉତରାୟ

by Times One Odia
Share with
     
 
 
   

ଅସ୍ତରଙ୍ଗ(ପ୍ରସନ୍ନ ଜେନା): ଅସ୍ତଙ୍ଗରେ ମା ତାରିଣୀ କ୍ଳବ୍ ଆନୁକୁଲ୍ୟରେ ଗତ ୨୩ ତାରିଖରୁ ଅନୁଷ୍ଠିତ ୨୧ ତମ ତାରିଣୀ କପ୍ ତଥା ତୃତୀୟ ବାର୍ଷିକ ମନୋଜ ଓ ଆଶିଷ୍ ସ୍ମାରକୀ କ୍ରିକେଟ୍ ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍‌ଟ ସମାପ୍ତ ହୋଇଛି । ଫାଇନାଲ୍ ମ୍ୟାଚ୍‌ରେ ପିପିଲ ଏନସିଟ୍ କ୍ରିକେଟ୍ କ୍ଳବ ବନାମ ମା ଗାଲୁଆଣି କ୍ଳବ୍‌-ପାଟଳଦା ଟିମ୍ ପରସ୍ପରକୁ ଭେଟି ଖେଳିଥିଲେ । ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ସୁର ରାଉତରାୟ ଯୋଗ ଦେଇ ଦ୍ୱିତୀୟ ଇନିସ୍ ଠାରୁ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଖେଳ ଦେଖିବାରେ ମଜି ରହି ମଝିରେ ମଝିରେ ବିଭିନ୍ନ ପ୍ରକାର ଡାଇଲଗ୍ ଶୁଣାଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ପୁରୀଜିଲ୍ଲା କଂଗ୍ରେସ ସଭାପତି ଅଜିତ୍ ମଙ୍ଗରାଜ,ଓଡିଶା ପ୍ରଦେଶ କଂଗ୍ରେସ କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦକ ତଥା କାକଟପୁର ବିଧାୟକ ପ୍ରାର୍ଥୀ ବିଶ୍ୱଭୁଷଣ ଦାଶ,ବ୍ଳକ୍ କଂଗ୍ରେସ ସଭାପତି ସୁକାନ୍ତ ମହାନ୍ତି ଯୋଗ ଦେଇଥିଲେ ।

ଫାଇନାଲ୍ ମ୍ୟାଚ୍‌ରେ ପ୍ରଥମେ ପାଟଳଦା ଟସ୍ ଜିତିବାରେ ବ୍ୟାଟିଂ କରି ୨୦ ଓଭରରେ ୧୩୬ ରନ ସଂଗ୍ରହ କରିଥିଲା । ପରବର୍ତୀ ଅବସ୍ଥାରେ ପିପିଲି ଟିମ୍ ବ୍ୟାଟିଂ କରି ୨୦ ଓଭରରେ ୧୩୪ ରନ କରିବାରେ ପାଟଳଦା ଟିମ୍ ବିଜୟ ଲାଭକରି ଚମ୍ପିୟାନ ହୋଇଥିଲା । ଚମ୍ପିୟାନ ଟିମ୍ ପାଟଳଦାକୁ ୨୭ହଜାର ଅର୍ଥରାଶୀ ସହ ସିଲ୍ ଓ ରର୍ନସ୍ ଟିମ୍‌କୁ ୧୭ହଜାର ସହ ସିଲ୍ ମୁଖ୍ୟ ଅତିଥି ଦ୍ୱାରା ପ୍ରଦାନ କରାଯାଇଥିଲା । ସଞ୍ଜୟ ଦାସ ଓ ପିଂଟୁ ସଢଙ୍ଗୀ ନାମକ ଦୁଇଜଣ ଅମ୍ପିଆର ଖେଳ ପରିଚାଳନା କରିଥିଲେ । ସେହିପରି ରାକେଶ ମହାନ୍ତି,ପ୍ରକାଶ ବେହେରା ଓ ଅନ୍ୟଜଣେ କମେଂଟରିଂ ବକ୍ସରେ ରହି ଖେଳର ଧାରାବିବରଣୀ ଶୁଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପା ଫର୍ଣ୍ଣିଚର ପ୍ରୋପାଇଟ୍‌ର ଯୋଗେନ୍ଦ୍ର ଲେଙ୍କା,ବିଶିଷ୍ଟ ବ୍ୟବସାୟୀ ସୁକାନ୍ତ କୁମାର ସାହୁ,ଶରତ କୁମାର ଚୌଧୁରୀ ସମ୍ମାନିତ ଅତିଥି ଭାବେ ଓ ତାରିଣୀ କ୍ଳବ୍‌ର ସଭାପତି ମନୋଜ କୁମାର ବିଶ୍ୱାଳ ଦୀପକ କୁମାର ଦାସ,ରାକେଶ କୁମାର ମହାନ୍ତି,ସଞ୍ଜୟ ପ୍ରଧାନ,ଅରୁପ କୁମାର ଦାସ ପ୍ରମ୍ମୁଖ ଉପସ୍ଥିତ ରହି ସମସ୍ତ ପ୍ରକାର ସହଯୋଗ କରିଥିଲେ । ସବୁଠାରୁ ବଡକଥା ହେଲା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ଶ୍ରୀଯୁକ୍ତ ରାଉତରାୟ ତାଳଦା ବିଜୁସେତୁ,ରାସ୍ତା ଓ ଅସ୍ତରଙ୍ଗ-କାକଟପୁରର ଅନ୍ୟାନ୍ୟ ସମସ୍ୟାକୁ ଗଣମାଧ୍ୟମ ଆଗରେ ଉଥ୍‌ାପନ କରି ସାଧାରଣ ଲୋକଙ୍କର ହୃଦୟ ଜିଣିଥିଲେ । ଖେଳପ୍ରେମୀ ବା ଦର୍ଶକ ଖେଳ ଦେଖିବା ତ ଦୂରର ଶ୍ରୀ ରାଉତରାୟତଙ୍କ ଅବିଭାଷଣ ଓ ଡାଇଲଗ୍ ଶୁଣିବାକୁ ବହୁ ସଂଖ୍ୟାରେ ସାଧାରଣ ଲୋକ ଯୋଗଦାନ କରିବା ଦେଖିବାକୁ ମିଳିଥିଲା ।

related posts

Leave a Comment