ଝରିଗାଁ: ଝରିଗାଁ ବ୍ଲକ ଅନ୍ତର୍ଗତ ଫୁପୁଗାଁ ପଂଚାୟତର ଗ୍ରାମ୍ୟ ଖେଳ ପଡିଆ ଠାରେ ଅନୁଷ୍ଠିତ ମା ଖମ୍ବେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି।୧୦ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟ ରେ ମୋଟ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ,ଏଥି ମଧ୍ୟରୁ ନବରଙ୍ଗପୁର ଟାଇଗର ଏକାଦଶ
ଓ ରାଇଘର ଏକାଦଶ ଫାଇନାଲରେ ପ୍ରବେଶ କରିଥିଲେ।ନବରଙ୍ଗପୁର ଦଳ ଟସ ଜିଣି ପ୍ରଥମେ ବୋଲିଂ ର ନିଷ୍ପତ୍ତି ନେଇଥିଲେ।ରାଇଘର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୧୦ ଉୱିକେଟ ହରାଇ ୧୨୦ରନ ସଂଗ୍ରହ କରିବାରେ ସଫଳ ହୋଇଥିଲେ।୧୨୧ ରନର ବିଜୟ ଲକ୍ଷ କୁ ପିଛା କରି ନବରଙ୍ଗପୁର ଦଳ ୧୩ ଓଭରରେ ସମସ୍ତ ଉୱିକେଟ ହରାଇ ୧୦୪ ରନ କରି ପରାସ୍ତ ହୋଇଥିଲା।ଶେଷରେ ସମାଜସେବୀ ମଦନ ବିହାରୀ ସାମଲ ଙ୍କ ସଭାପତିତ୍ୱ ରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ସାଂସଦ ପ୍ରତିନିଧି ପ୍ରିୟରଞ୍ଜନ ଦାସ,ଟିକଚାନ୍ଦ ମାଝୀ, ଦୁର୍ଗା ମାଝୀ, ଟଂକଧର ଭତ୍ରା, ପ୍ରଦୀପ ଗାଉଁଟିଆ,ମନବୋଧ ସାନ୍ତା, ଥବୀର ଭତ୍ରା ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ।ବିଧାୟକ ଶ୍ରୀ ମାଝୀ ବିଜେତା ରାଇଘର ଏକାଦଶକୁ ୨୫,୦୦୦ ଟଙ୍କା ସହିତ ଟ୍ରଫି ଏବଂ ସାଂସଦ ପ୍ରତିନିଧି ଶ୍ରୀ ଦାସ
ଉପ-ବିଜେତା ନବରଙ୍ଗପୁର ଦଳ କୁ ୧୫,୦୦୦ ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ।ଫାଇନାଲ ମ୍ୟାଚ ରେ ଅମ୍ପିୟାର ଭାବେ ନିହାର ରଞ୍ଜନ ରାଉତ ଏବଂ ଧନୁର୍ଜୟ ନାୟକ ଦାଇତ୍ୱ ତୁଲାଇଥିବା ବେଳେ ସ୍କରୋର ଭାବେ ଫିରୋଜ ସାମଲ ଦାଇତ୍ୱ ତୁଲାଇଥିଲେ।ମା ଖମ୍ବେଶ୍ଵରୀ କ୍ରିକେଟ କ୍ଳବ ର ସଭାପତି ଅରୁଣ କୁମାର ଦୁରିଆ,ବଳରାମ ନାୟକ,କୃଷ୍ଣ, ପୀତବାସ,ପ୍ରକାଶ, ବୁଲୁ,ଲକି, ଗଣପତି, ହରିଶ୍ଚନ୍ଦ୍ର ପ୍ରମୁଖ ସଦସ୍ୟ ଙ୍କ ସହଯୋଗ ରେ ଟୁର୍ଣ୍ଣାମେଣ୍ଟ ଟି ସଫଳତାର ସହିତ ଉଦଯାପିତ ହୋଇଅଛି।
ମା ଖମ୍ବେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ରାଇଘର ଟିମ ଚମ୍ପିୟାନ
Share with
previous post