Home Breaking News ଗ୍ୟାସ ଟାଙ୍କି ବିସ୍ପୋରଣରେ ଜଣେ ବ୍ୟବସାୟୀ ଗୁରୁତର

ଗ୍ୟାସ ଟାଙ୍କି ବିସ୍ପୋରଣରେ ଜଣେ ବ୍ୟବସାୟୀ ଗୁରୁତର

by Times One Odia
Share with
     
 
 
   

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): କଟକ ଜିଲ୍ଲାମାହାଙ୍ଗା ବ୍ଲକ ଅନ୍ତର୍ଗତ ବାଜପୁରା ପଞ୍ଚାୟତ ଶଶିଲୋ ଚକମଧୁପୁର ବଜାର ରେ ଜଣେ ଚାହା ଦୋକାନରେ ଗ୍ୟାସ ଟାଙ୍କି ବିସ୍ପୋରଣ ଘଟି ସେହି ଗ୍ରାମର ଶରତ ବେହେରା ନାମକ ବ୍ୟବସାୟୀ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଆଜି ଅପରାହ୍ନରେ ଶରତ ଚାହା ଦୋକାନରେ ଚାହା କରୁଥିବା ବେଳେ ଅକସ୍ମାତ ପାଞ୍ଚ ଲିଟରିଆ ଗ୍ୟାସ ଟାଂକି ରେ ନିଆଁ ଲାଗି ଫାଟି ଯାଇଥିବା ବେଳେ ଭୀଷଣ ଶବ୍ଦ ହୋଇଥିଲା। ଏହି ଭୀଷଣ ଶବ୍ଦ ଶୁଣି ଆଖପାଖ ଲୋକେ ଘଟଣାସ୍ଥଳରେ ଜମା ହୋଇଯାଇଥିଲେ। ଗ୍ୟାସ୍ ସିଲିଣ୍ଡର୍ ରୁ ନିଆଁ ଯାଇ ଦୁଇ ବଖରା ଦୋକାନ ଗୃହ ସଂପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ଶରତ ଙ୍କ ମୁହଁ ହାତ ନିଆଁରେ ପୋଡ଼ି ଯାଇଥିଲା ।ଗୁରୁତର ଶରତ ଙ୍କୁ ପ୍ରଥମେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯିବା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ କୁଆଁପାଳ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ।

related posts

Leave a Comment