Home Breaking News ବ୍ୟାଙ୍କ ସେବା ଠପ୍

ବ୍ୟାଙ୍କ ସେବା ଠପ୍

by Times One Odia
Share with
     
 
 
   

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ଗ୍ରାମାଞ୍ଚଳରେ ଲୋକଙ୍କ ଆର୍ଥିକ ନେଣଦେଣ ର ସୁବିଧା ପାଇଁ ବିଭିନ୍ନ ବ୍ୟାଙ୍କ ପ୍ରତିଷ୍ଠା କରିଛନ୍ତି ସରକାର। ହେଲେ ଏହି ସବୁ ସୁବିଧା ସୁଯୋଗ ରୁ ଅଧିକାଂଶ ସମୟ ରେ ବଞ୍ଚିତ ହେଉଛନ୍ତି ଗ୍ରାମାଞ୍ଚଳ ଲୋକେ।
ଭିଓ:- କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଭଦ୍ରେଶ୍ବର ଠାରୁ ଆଜକୁ ପ୍ରାୟ ୩୦ ବର୍ଷ ହେଲା ପ୍ରତିଷ୍ଠା ହୋଇଛି ସେଣ୍ଟ୍ରାଲ ବ୍ୟାଙ୍କ। ହେଲେ ପ୍ରାୟ ଅଧିକାଂଶ ସମୟ ରେ ଏଠାରେ ଲିଙ୍କ୍ ଫେଲ୍, ମ୍ୟାନେଜର ଙ୍କ ଅନୁପସ୍ଥିତି, ଉପଯୁକ୍ତ କର୍ମଚାରୀ ଅଭାବ ସାଙ୍ଗକୁ ବ୍ୟାଙ୍କ୍ କର୍ମଚାରୀ ଙ୍କ ଦୁର୍ବେବହାର ଗ୍ରାହକ ମାନଙ୍କୁ ଅତିଷ୍ଠ କଲାଣି। ଫଳରେ ଏହି ବ୍ୟାଙ୍କ ଉପରେ ନିର୍ଭର କରୁଥିବା ପ୍ରାୟ ୮ ଟି ପଂଚାୟତ ର ୨୦ ହଜାର ରୁ ଉର୍ଦ୍ଧ୍ବ ଗ୍ରାହକ ଏହି ବ୍ୟାଙ୍କ ରୁ ମୁହଁ ଫେରାଇଲେଣି। ସବୁଠୁ ବଡ଼ କଥା ହେଲା ଏଠାକାର ବ୍ୟାଙ୍କ୍ ମ୍ୟାନେଜର ଯେଉଁଦିନ ବ୍ୟାଙ୍କ୍ ରେ ରୁହନ୍ତି ସେ ଦିନ ଟି ବ୍ୟାଙ୍କ୍ ଚାଲେ ଯଦି ବ୍ୟାଙ୍କ୍ ରେ ଲିଙ୍କ୍ ଥାଏ। ହେଲେ ଅନ୍ୟ ଦିନେ ଗ୍ରାହକ ଅଟନ୍ତି କିନ୍ତ ଏବେ ଏହି ବ୍ୟାଙ୍କ ରେ ଟଙ୍କା ନେଣଦେଣ ପାଇଁ ଲମ୍ବା ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ନିଜର କାମଧନ୍ଦା ଛାଡି ଛିଡ଼ା ହୋଇ ମଧ୍ୟ ନିରାଶ ରେ ଘରକୁ ଫେରନ୍ତି। ଏହା ଦିନକର କଥା ନୁହେଁ ମାସରେ ପ୍ରାୟ ୧୫ ରୁ ୨୦ ଦିନ ଏହି ବ୍ୟାଙ୍କ ରେ ଲିଙ୍କ୍ ଫେଲ୍ ହୁଏ। ଏକଥା ସବୁ ବ୍ୟାଙ୍କ୍ କର୍ତ୍ତୁପକ୍ଷ ଜାଣି ପାଲଟି ଯାଇଛନ୍ତି ନିଦାବିଷ୍ଣୁ।ଏ ବାବଦରେ ଏକାଧିକ ବାର ଆନ୍ଦୋଳନ ହୋଇଥିଲେ ମଧ୍ୟ ଫଳ ଶୂନ। ଆଉ ଏଠାରେ ଏଟିଏମ୍ ଥାଇ ନଥିଲା ଭଳି। କାରଣ ଏହି ବ୍ୟାଙ୍କ ର ଏଟିଏମ୍ ଚାଲିବା କେହି କେବେ ଦେଖି ନାହାନ୍ତି। କାରଣ ଏହି ବ୍ୟାଙ୍କ ଗ୍ରାହକ ମାନଙ୍କୁ ନାହିଁ ନାହିଁ ରେ ସେବା ଯୋଗାଉଛି। ଏହାର ଅଭିଯୋଗ ଶୁଣିବାକୁ କେହି ନାହିଁ କିମ୍ବା ସମାଧାନ କରିବାକୁ କେହି ନାହିଁ। ଯଦି ତୁରନ୍ତ ଏହି ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷଙ ଏହିସବୁ ସମସ୍ୟା ପ୍ରତି କର୍ଣ୍ଣପାତ ନ କରନ୍ତି ତେବେ ଆଗାମୀ ଦିନରେ ବ୍ୟାଙ୍କ ସମ୍ମୁଖରେ ଧାରଣ ଦେବେ ବୋଲି ଚେତାବନୀ ଦେଇଛନ୍ତି ସମସ୍ତ ଗ୍ରାହକ।

related posts

Leave a Comment