Home Breaking News ବାଲିଗୁଡା ପୋଲିସକୁ ମିଳିଲା: ପୁଣି ସଫଳତା, ନକଲିକୁ ଧରିଲା ଆସଲି

ବାଲିଗୁଡା ପୋଲିସକୁ ମିଳିଲା: ପୁଣି ସଫଳତା, ନକଲିକୁ ଧରିଲା ଆସଲି

by Times One Odia
Share with
     
 
 
   

ଫୁଲବାଣୀ-( ସୁନୀଲ ପଟନାୟକ) ନକଲି କୁ ଧରିଛି ଅସଲି।ଗତକାଲି ବିଳମ୍ବିତ ରାତିରେ ବାଲିଗୁଡ଼ା ପୋଲିସ ପେଟ୍ରୋଲିଙ୍ଗ କରୁଥିବାବେଳେ ୨ଜଣ ନକଲି ପୋଲିସକୁ ଗୋଡାଇ ଧରି ଥିବାବେଳେ ୩ ଜଣ ନକଲି ପୋଲିସ ଚମ୍ଫଟ ମାରିଛନ୍ତି। ସେମାନଙ୍କ ନିକଟରେ ଥିବା ଏକ ମାରୁତି ସୁଇଫଟକାର ମଧ୍ୟ ଜବତ କରିଛି ପୋଲିସ ।
ସୂଚନାଯୋଗ୍ୟଯେ ପ୍ରାୟ ୫ ଜଣ ଯୁବକ ନକଲି ପୋଲିସ୍‌ ଡ୍ରେସ ପିନ୍ଧି ଖଡଗ ନଦୀ ପୋଲ ନିକଟରେ ଡକାୟତି ଉଦ୍ୟମ କରୁଥିବାବେଳେ ପେଟ୍ରୋଲିଙ୍ଗ ପୋଲିସ ସନ୍ଦେହ କରି ଅଟକି ସେମାନଙ୍କୁ ଧରିଥିଲା। ସେମାନଙ୍କ ନିକଟରୁ ଲୁହାରଡ,ପୋଲିସ ଡ୍ରେସ ୨ହଳ, ୭ଟି ପୋଲିସ କ୍ୟ।ପ,ଖେଳଣା ପିସ୍ତଲ, ଲାଠୀ, ଆଦି ଜବତ କରିଛି। ଏମାନେ ଏକ ବଡ ଧରଣର ଡକାୟତୀ ଉଦ୍ୟମ କରୁଥିବା ଜଣାପଡିଛି। ଗିରଫ ୨ଜଣ କଟକ ର ଚଣ୍ଡି ଛକ ଓ କନି କା ଛକ ଅଞ୍ଚଳର ବୋଲି ପୋଲିସ ସୁଚନା ଦେଇଛି ।
ପେଟ୍ରୋଲିଙ୍ଗ ପୋଲିସର ଉପସ୍ଥିତି ବୁଦ୍ଧି ଓ ସମୟୋଚିତ ପଦକ୍ଷେପ ଯୋଗୁୁ ବାଲିଗୁଡ଼ା ଅଞ୍ଚଳରେ ହେବ। କୁଥିବା ଏକ ବଡ଼ ଡକାୟତୀ ଯୋଜନା ପଣ୍ଡ ହୋଇଯାଇଥିଲା।
ବାଲିଗୁଡ଼ା ପୋଲିସର ଏଭଳି ପଦକ୍ଷେପ ନିଶ୍ଚିତ ପ୍ରଶସଂନୀୟ।
ତେବେ ବାଲିଗୁଡା ଅଞ୍ଚଳର ଦୁଇ ଦୁଇଟା ମନ୍ଦିରରେ ପଶି ହୁଣ୍ଡି ଭାଙ୍ଗି ଟଙ୍କା ଲୁଟି ଘଟଣାରେ ଏହି ଗ୍ୟାଙ୍ଗର ସଂପୃକ୍ତି ରହିଛି କି ନାହିଁ ତାର ମଧ୍ୟ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରୁଛି ପୋଲିସ,,l
ବାଲିଗୁଡ଼ା ଅଞ୍ଚଳରେ ଚୋରୀ, ଡକାୟତୀ,ରାହାଜାନୀ ଆଦି ଅସାମାଜିକ କାର୍ଯ୍ୟକଳାପକୁ ପ୍ରଶୟ ନ ହେବା ସହ ଲୋକଙ୍କୁ ସୁରକ୍ଷା ଯୋଗାଇଦେବା ଲାଗି ସତେ ଯେପରି ବାଲିଗୁଡା ଥାନା ପୋଲିସ ପଣ କରିଛି ତାହା ଏଥିରୁ ଜଣାପଡୁଛି . ।
ବାଲିଗୁଡ଼ । ପୋଲିସ ଏସଡିପିଓ ମନୋଜ ପୂଜାରି ଓ ଥାନା ଅଧିକାରି ପ୍ରଶାନ୍ତ ବେହେରା ଙ୍କ କାର୍ଯ୍ୟଦକ୍ଷତା ଯୋଗୁ ଏ ସବୁ ସମ୍ଭବ ହୋଇଥିବା ନେଇ ସାଧାରଣରେ ଆଲୋଚନା ହେଉଛି।

related posts

Leave a Comment